କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ଶିଶୁ ଯତ୍ନ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଗଠନ ପରାମର୍ଶ ଶିବିର

Udaya_Labanya | April 30, 2023 | 16 views |0 | Breaking News , District


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ କାର୍ଯ୍ୟରତ ଥିବା ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନାରେ ରହି ଅଧ୍ୟୟନ କରୁଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ କ୍ୟାରିୟର ଗଠନ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲା ଶିଶୁ ସୁରକ୍ଷା ୟୁନିଟର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନଙ୍କୁ ଫୁଲବାଣୀ ଆଇ.ଟି.ଆଇ ଏବଂ ପଲିଟେକନିକ୍‌‌ କଲେଜରେ ଏହି ଶିବିର ଆୟୋଜନ କରାଯାଇଥିବା ବେଳେ ଏଥିରେ ୧୩ ଟି ଶିଶୁ ଯତ୍ନ ଅନୁଷ୍ଠାନର ୧୨୫ ଜଣ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ଦଶମ ଓ ଦ୍ୱାଦଶ ପରୀକ୍ଷା ପରେ ସେମାନେ ନିଜକୁ କିଭଳି ଭାବେ ସଠିକ ଭାବେ ଜ୍ଞାନ ଆରହଣ କରିପାରିବା ସହିତ ରୋଜଗାର କ୍ଷମ ହୋଇ ପାରିବେ ସେ ଉପରେ ପରାମର୍ଶ ଦିଆଯାଇଥିଲା। ଶିକ୍ଷାନୁଷ୍ଠାନ ଗୁଡ଼ିକର ରସାୟନ ବିଜ୍ଞାନ ଅଧ୍ୟାପକ କାହ୍ନୁ ଚରଣ ପ୍ରଧାନ, ଆଇ.ଟି.ଆଇ ଇନଷ୍ଟକ୍ରଟର ପ୍ରଶାନ୍ତ ମିଶ୍ର, ସହ-ତାଲିମ୍‌‌ ଅଧିକାରୀ ଦେବାଶିଷ୍‌‌ ବ୍ରହ୍ମା, ଅଧ୍ୟାପକ ପ୍ରିୟରଂଜନ ସାମନ୍ତରାୟ , ଆ.ଟି.ଆଇ ଅଧ୍ୟକ୍ଷ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ତାଲିମ୍‌‌ ସୁପରିଟେଣ୍ଡେଟ୍‌‌ ବି..ଏନ୍‌‌.ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ।

Share this

Related Posts

ନୂଆପାଟଣା ବୌଦ୍ଧ ସଂଘ ଦ୍ୱାରା ଶାନ୍ତିପୂର୍ଣ କ୍ୟାଣ୍ଡେଲ…

Udaya_Labanya | June 10, 2023 | 18 views |0

l ନୂଆପାଟଣା ( ଉଲ୍ଲାପ୍ର )ଶୁକ୍ରବାର ସନ୍ଧ୍ୟା ୭ ଘଟିକା ୩୦ ମିନିଟ ସମୟରେ ଐତିହାସିକ ବୋଧିବୃକ୍ଷ ବୋଧିଦ୍ରୁମ ବୁଦ୍ଧ ବିହାର ଠାରେ ନୂଆପାଟଣା ବୋୖଦ୍ଧ ସଂଘ ତରଫରୁ ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ସ୍ମୃତିଚାରଣ ଓ…

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views | 0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

Leave a Reply

Your email address will not be published. Required fields are marked *

Archives

Categories