ରାଜ୍ୟ ସ୍ତରୀୟ ଶ୍ରମିକ ଦିବସ ରେ ସାମ୍ବାଦିକ ସମ୍ବର୍ଦ୍ଧିତ

Udaya_Labanya | May 2, 2023 | 8 views |0 | Breaking News , District


ଫୁଲବାଣୀ ( ଉଲ୍ଲାପ୍ର )
କଳିଙ୍ଗ ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ବିଶ୍ୱ ଶ୍ରମିକ ଦିବସ ରେ କନ୍ଧମାଳ ଜିଲାର ବରିଷ୍ଠ ସାମ୍ବାଦିକ ତଥା କନ୍ଧମାଳ ଜିଲ୍ଲା ସାମ୍ବାଦିଜ ସଙ୍ଘ କାର୍ଯ୍ୟକାରୀ ସଭାପତି ଓ ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସର ରେ ମୁଖ୍ୟ ଅତିଥି ଭାବେରାଜ୍ୟ ଗୃହ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ସିନେ ଅଭିନେତା ଅଶ୍ରୁମୋଚନ ମହାନ୍ତି, ଇଣ୍ଡିଆ ମିଡ଼ିଆ ୱର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଏସୋସିଏସନ, ନୂଆ ଦିଲ୍ଲୀ, ବାଲ୍ଲା ଭାସ୍କର, ପୂର୍ବତନ ମେୟର ତଥା ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ୟ ସଭାପତି ମନୋଜ ଦାଶ, ରାଜ୍ୟ କାର୍ଯ୍ୟକାରୀ ସଭାପତି ପରମାନନ୍ଦ ଦାସ, ଡ଼ଃ. ଅରୂପ ଜେନା, ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଈ ପୁଷ୍ପ ଗୁଛ, ଉପଢୌକନ, ଓ ସ୍ମାରକୀ ଦେଈ ସମ୍ବର୍ଦ୍ଧିତ କରିଥିଲେ lବିଶେଷ କରି ଦିର୍ଘ ଚାରି ଦଶନ୍ଧି ଧରି ନିର୍ଭିକ, ନିରପେକ୍ଷ ସମ୍ବାଦ ପରିବେଷଣ କରି ନିଜ ଅଂଚଳ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିବା ରୁ ସମ୍ବର୍ଦ୍ଧିତ କରାଯାଇଥିଲା l ସମ୍ବର୍ଦ୍ଧିତ ହେବାପରେ ବରିଷ୍ଠ ସାମ୍ବାଦିକ ପଟନାୟକ ଖୁସି ବ୍ୟକ୍ତ କରିବା ସହ ଅନୁଷ୍ଠାନ ର ସଭାପତି ମନୋଜ ଦାଶ ଓ କର୍ମକର୍ତା ମାନଙ୍କୁ କୃତଜ୍ଞତା ଜଣାଇବା ସହ ଏହା ଆଗକୁ ଅଧିକ ନିଷ୍ଠା ଓ ଆନ୍ତରିକତାର ସହ ଲୋକଙ୍କ ପାଇଁ କାର୍ଯ୍ୟ କରିବା ଲାଗି ଉତ୍ସାହିତ କରିବ ବୋଲି କହିଛନ୍ତି lସେହିପରି ଏହି ଅବସର ରେ ଜିଲ୍ଲା ସାମ୍ବାଦିକସଂଙ୍ଘ ସଭାପତି ତଥା ସମାଜ ସେବୀ ଡ଼ଃ. ଅରୂପ ଜେନା,ଙ୍କୁ ମଧ୍ୟ ମୁଖ୍ୟ ଅତିଥି ମନ୍ତ୍ରୀ ବେହେରା ପୁଷ୍ପ ଗୁଛ, ଉପଢୌକନ ଓ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l

Share this

Related Posts

ନୂଆପାଟଣା ବୌଦ୍ଧ ସଂଘ ଦ୍ୱାରା ଶାନ୍ତିପୂର୍ଣ କ୍ୟାଣ୍ଡେଲ…

Udaya_Labanya | June 10, 2023 | 17 views |0

l ନୂଆପାଟଣା ( ଉଲ୍ଲାପ୍ର )ଶୁକ୍ରବାର ସନ୍ଧ୍ୟା ୭ ଘଟିକା ୩୦ ମିନିଟ ସମୟରେ ଐତିହାସିକ ବୋଧିବୃକ୍ଷ ବୋଧିଦ୍ରୁମ ବୁଦ୍ଧ ବିହାର ଠାରେ ନୂଆପାଟଣା ବୋୖଦ୍ଧ ସଂଘ ତରଫରୁ ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ସ୍ମୃତିଚାରଣ ଓ…

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views | 0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

Leave a Reply

Your email address will not be published. Required fields are marked *

Archives

Categories