ଆସନ୍ତା ୭ ରେ
ରୋଟାରୀ କ୍ଲବ ପକ୍ଷରୁ ସ୍ବେଛାକୃତ ରକ୍ତ ଦାନ ଶିବିର

Udaya_Labanya | May 4, 2023 | 10 views |0 | Breaking News , District


ଫୁଲବାଣୀ(ସୁନୀଲ ପଟନାୟକ )
ଆସନ୍ତା ତା 7/5/2023 ରବିବାର ସକାଳ 8:30 ସମୟରେ ନାରାୟଣୀ ରୋଡ ରେ ଅବସ୍ଥିତ ରୋଟାରୀ ସେବା ସଦନ ଠାରେ ବ୍ଲଡ଼ ବ୍ୟାଙ୍କ ସହଯୋଗ ରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି l ଗତକାଲି ମଙ୍ଗଳବାର ଅନୁଷ୍ଠିତ ସଭାରେ ସଭାପତି ହରିଶ୍ଚନ୍ଦ୍ର ମହାରଣା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ରୋଟାରୀଆନ ତଥା ପ୍ରତିଷ୍ଠାତା ସଦସ୍ୟ,ବୁଦ୍ଧିଜୀବୀ ପ୍ରଶାନ୍ତ ପାଣିଗ୍ରାହୀ, ବରିଷ୍ଠ ସଦସ୍ୟତଥା ପ୍ରତିଷ୍ଠାତା ରବିନାରାୟଣ ସୁବୁଧି. ପଦ୍ମଚରଣ ସ୍ୱାଇଁ, ଶ୍ରୀମତୀ ବିରାଜିନୀ ମହାପାତ୍ର, ସୁନୀତି ଆଚା ରି, ରୋଟାରିଆନ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ବାବି ପଣ୍ଡା ପ୍ରମୁଖ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l ଏହି ଅବସରରେ ବିଦେଶ ଗସ୍ତ ରୁ ଫେରିଥିବା ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସଭାପତି ପ୍ରଶାନ୍ତ ପାଣିଗ୍ରାହୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l
ସମସ୍ତ ରୋଟାରିଆନ ବନ୍ଧୁଙ୍କୁ ବିଶେଷ ଅନୁରୋଧ ସମସ୍ତେ ଠିକ୍ 8:30 ସମୟରେ ଆସି ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିବେ l
ବିଶେଷ ଅନୁରୋଧ ନିଜେ ରକ୍ତ ଦାନ କରିବା ସହ ନିଜ ସମ୍ପର୍କୀୟ ଓ ବନ୍ଧୁ ମାନଙ୍କୁ ସଚେତନ କରି ରକ୍ତ ଦାନ ଶିବିର ରେ ସାମିଲ କରିବା ଲାଗି ସଭାପତି
ହରିଶ୍ଚନ୍ଦ୍ର ମହାରଣାପରାମର୍ଶ ଦେଇଛନ୍ତି l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories