ଅବକାରୀ ବିଭାଗ ଦ୍ୱାରା ୮0କେଜି ଗଂଜେଇ ସହ କାର ଜବତ , ୨ ଗିରଫ
Udaya_Labanya | May 5, 2023 | 17 views |0 | Breaking News , District
ଫୁଲବାଣୀ (ସୁନୀଲ ପଟନାୟକ )ଗୁରୁବାର ଫୁଲବାଣୀ ଅବକାରୀବିଭାଗ କୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରବୀର କୁମାର ସାମଲ ଙ୍କ ନିର୍ଦେଶ କ୍ରମେ ଅବକାରୀ ସବିନିସ୍ପେକଟର ସାଗର ଭୋଇ ଙ୍କ ନେତ୍ତୃତ୍ଵରେ ଅବକାରୀ ସ୍କ୍ୱାଡ଼ ଖଜୁରୀପଡା ନିକଟ ଗାଡିଆପଡା ଠାରେ ଚଢ଼lଉ କରି କାର ସମେତ ୮ 0କେଜି ଗଂଜେଇ ଜବତ କରିଛନ୍ତି lଏ ସମ୍ପର୍କରେ ୨ ଜଣ ଅଭିଯୁକ୍ତ କୁ ଗିରଫ କରିଛି ଅବକାରୀ ବିଭାଗ l
ବହୁ ପରିମାଣ ର ଗଂଜେଇ କାର ରେ ଭୁବେନେଶ୍ୱର ଚୋରା ଚାଲାଣ ହେଉଥିବା ନେଇ ଗୁଇନ୍ଦା ସୂତ୍ରରୁ ପକ୍କା ଖବର ପାଇ ଅବକାରୀ ଟିମ ଚଢ଼ାଉ କରି ଜବତକରିଥିଲେ lଏ ଘଟଣା ରେ ଅବକାରୀ ବିଭାଗ ଅନିଲ କୁମାର ନାୟକ ଓ ଶେଖ ଆଜାଦ ହୁସେନ ନାମକ ୨ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ବିଭାଗ ସବ ଇନ୍ସପେକଟର ସାଗର ଭୋଇ କହିଛନ୍ତି l
ଅବକାରୀ ବିଭାଗ ୧ ୮ /୨୩ ରେ ମାମଲା ରୁଜ୍ଜୁ କରିଥିବା କହିଛନ୍ତି l
ଏହି ଚଢ଼ାଉ ରେ ଏଏସଆଇ ସୁକାନ୍ତ କୁମାର କହଁର, ଅନିଲ ବେହେରା, ସଂଜୀବ ପ୍ରଧାନ, ମିଲନ କୁମାର ସାହୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ଯୁବ
ସବ ଇନିସ୍ପେକ୍ଟର ସାଗର ଭୋଇ ଏଠାରେ ଦାଇତ୍ୱ ଗ୍ରହଣ ପରଠାରୁ ନିଷ୍ଠା, ଆନ୍ତରିକତା, ର ସହ ଉଦ୍ୟମ କରି ଗଂଜେଇ ଚୋରାଚାଲାଣ ରୋକିବାସହ ଗଂଜେଇ ମାଫିଆ ଙ୍କୁ ସାବାଡ଼ କରିବାରେ ରେ ସଫଳ ହୋଇଛନ୍ତି l ଆଗକୁ ମଧ୍ୟ ଗଂଜେଇ ମାଫିଆ ମାନଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ଭୋଇ କହିଛନ୍ତି l