ଶୈବପୂଜକ ମାନଙ୍କୁ ନେଇ ଜନ ସମାବେଶ ଅନୁଷ୍ଠିତ। ଗୋ ସୁରକ୍ଷା ଓ ସନାତନ ଧର୍ମର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ସଂଘ

Udaya_Labanya | May 7, 2023 | 31 views |0 | Breaking News , District

ନୟାଗଡ଼ ( ଉଲ୍ଲାପ୍ର )ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳ ପୁର ଗ୍ରାମର ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ ଙ୍କ ପରିସର ରେ ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଂଘ,ଓଡ଼ିଶାର ରାଜ୍ୟ ସଭାପତି ପରମ ଶୈବ ଲଳିତ ମହାପାତ୍ର ଏବଂ ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବି,କେ ମହାପାତ୍ର ଙ୍କ ଆହ୍ୱାନ କ୍ରମେ, ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଶୈବ ପୂଜକ ମାନଙ୍କର ଏକ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି।ନୟାଗଡ଼ ଜିଲ୍ଲା ସଭାପତି ଅଶୋକ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ପୃକ୍ତ ବ୍ଲକର ଶତାଧିକ ଶୈବ ପୂଜକ ଯୋଗଦେଇଥିବା ବେଳେ ସଂଘର ବିସ୍ତାର ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା।ଆଗାମୀ ଦିନରେ ସଂଘର କାର୍ଯ୍ୟଧାରା କୁ ବିସ୍ତାରିତ କରିବା ସହ ବିଭିନ୍ନ ଜନ କଲ୍ୟାଣ ମୂଳକ କାର୍ଯ୍ୟ କରାଯିବା ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।ଗୋ ସୁରକ୍ଷା, ସନାତନ ଧର୍ମର ସୁରକ୍ଷା ଓ ପ୍ରଚାର ପ୍ରସାର ସହିତ ପରିବେଶ ସୁରକ୍ଷା ଉପରେ ହେଲା ବିସ୍ତୃତ ଆଲୋଚନା।ଜିଲ୍ଲା ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥବା ବେଳେ ସ୍ଥାନୀୟ ଗୋପାଳପୁରର ଶୈବସେବାୟତ ମାନେ ସହଯୋଗ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ପରମ ଶୈବ ଲଳିତ କୁମାର ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜ୍ୟ କାର୍ଯ୍ୟକାରଣୀ ସାଂସ୍କୃତିକ ସମ୍ପାଦକ ପ୍ରଦୀପ କୁମାର ରଣା ଯୋଗଦେଇ ଶୈବ ସମ୍ପ୍ରଦାୟର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଆଲୋଚନା କରିଥିଲେ।ରାଜ୍ୟ କାର୍ଯ୍ୟକାରିଣୀ କୋଷାଧ୍ୟକ୍ଷ ନିରଞ୍ଜନ ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ଶୈବ ସମ୍ପ୍ରଦାୟର ଆର୍ଥିକ ବିକାଶ ପାଇଁ ବିଭିନ୍ନ ସରକାରୀ ଯୋଜନା ସହିତ ସଂଘର ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।ରଣପୁର ବ୍ଲକ ସଭାପତି ରବି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ସ୍ଥାନୀୟ ଗୋପାଳପୁରର ଶୈବପୂଜକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories