ନାତିଡି ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

Udaya_Labanya | May 9, 2023 | 16 views |0 | Breaking News , District

ତାଳଚେର ( ଉଲ୍ଲାପ୍ର )ତାଳଚେର ବ୍ଲକ ନାତିଡ଼ି ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବୈଶାଖ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ରେ ଆବାହନ କାଳ ରୁ ନାତିଡି ଗ୍ରାମବାସୀ ମାନେ ଏହି ବିଶ୍ୱଶାନ୍ତି ମହାଯଜ୍ଞ ପାଳନ କରି ଆସୁଛନ୍ତି । ଏହି ବିଶ୍ୱଶାନ୍ତି ମହାଯଜ୍ଞ ରେ ପ୍ରାତଃ କଳସ ଯାତ୍ରା , ହୋମ ଯଜ୍ଞ ସହ ମହାମନ୍ତ୍ର ପାଠ କରି ସମସ୍ତ ଦେବାଦେବୀ କୁ ଆବାହନ କରାଯାଇଥିଲା । ବିଶ୍ୱଶାନ୍ତି ମହାଯଜ୍ଞ ଆଳତୀ ସରିବା ପରେ ରାଧାକୃଷ୍ଣ ଙ୍କ ବିମାନ କୁ ଗ୍ରାମ ପରିକ୍ରମା କରାଯାଇଥିଲା । ବିଭିନ୍ନ ପ୍ରକାରର ବାଦ୍ୟ ଯନ୍ତ୍ର ସାଙ୍ଗକୁ ଲଉଡି ଖେଳ, ଘଣ୍ଟ ବାଦ୍ୟ, ନାମ ସଂକୀର୍ତ୍ତନ,ଉତ୍ସର୍ଗ କଲ୍ୟାଣ ସେବା ପରିବାର ତରଫରୁ ଜଳଛତ୍ର ର ଆୟୋଜନ କରାଯଇଥଲା । ମନୋରଞ୍ଜନ ପାଇଁ ଗ୍ରାମ କମିଟି ପକ୍ଷରୁ ରାତ୍ରି ୧୦ ଘଟିକା ସମୟରେ ବାଦୀ ଦଣ୍ଡ ନୃତ୍ୟ ହେମସରପଡା ସହିତ କାଣ୍ଡସର କାର୍ଯ୍ୟକ୍ରମର ସୁ-ବନ୍ଦୋବସ୍ତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଉତ୍ସର୍ଗ କଲ୍ୟାଣ ସେବା ପରିବାର ର ପ୍ରତିଷ୍ଠାତା ସରୋଜ କୁମାର ସାହୁ,ଉତ୍ସର୍ଗ କଲ୍ୟାଣ ସେବାର ସଦସ୍ୟ ଶିବ ସୁନ୍ଦର କର, ଅକ୍ଷୟ କୁମାର ଦେବତା ଓ ଅଜୟ କୁମାର ମହାନ୍ତି ନାତିଡି ଗ୍ରାମ ସଭାପତି ଶଶାଙ୍କ ଶେଖର ସାମଲ, ସମ୍ପାଦକ ପ୍ରେମାନଦ ଗଡ଼ନାୟକ ପୂର୍ବତନ ସଭାପତି ମଗୁଳୁ ଗଡ଼ନାୟକ, କଟୁ ସାମଲ, ଗଣେଶ୍ୱର ସାମଲ,ପ୍ରମୁଖ ଉପସ୍ଥିତ ଥିଲେ ।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories