ଫିରିଙ୍ଗିଆ ପୋଲିସ ଚଢ଼ାଉ ୨ କୁଇଣ୍ଟାଲ ରୁ ଊର୍ଧ୍ଵ ଗଂଜେଇଜବତ,ଅଭିଯୁକ୍ତ ଫେରାର

Udaya_Labanya | May 9, 2023 | 13 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
ରବିବାର ଫିରିଙ୍ଗିଆ ପୋଲିସ
କୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ବଳିଷ୍ଠ ନେତ୍ତୃତ୍ଵରେ ପୋଲିସ ଟିମ ସଦଳ ବଳେ କୁଡୁକି ଘାଟି ରେ ଚଢ଼lଉ କରି ଏକ ବୋଲେରୋ ସହ ୨ କୁଇଣ୍ଟାଲ ଦଶ କେଜି ଗଂଜେଇ ଜବତ କରିଛି l
ବହୁ ପରିମାଣ ର ଗଂଜେଇ OD -17 A-8342- ନମ୍ବର ଏକ ବୋଲେରୋ ରେ ଅନୁଗୁଳ ଅଂଚଳ କୁ ଚୋରା ଚାଲାଣ ହେଉଥିବା କୌଣସି ସୁତ୍ର ରୁ ଖବର ପାଇଫିରିଙ୍ଗିଆ ପୋଲିସ ଟିମ ଘାଟି ରେ ଚଢ଼ାଉ କରି ଜବତକରିଥିଲେ l ତେବେ ପୋଲିସ ଟିମ କୁ ଦେଖି ଗାଡି ଛାଡି ଦୁଇ ଜଣ ଅଭିଯୁକ୍ତ ଘଞ୍ଚ ଜଙ୍ଗଲ ଭିତରକୁ ଚମ୍ପଟ ମାରି ଥିଲେ l
ଅଭିଯୁକ୍ତ ମାନେ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଡ଼ା ପୋଲିସ ଥାନା ଅନ୍ତର୍ଗତ କଙ୍କରା ପା ଲ ର ସରୋଜ ସାହୁ ଓ ଅନ୍ୟ ଜଣକ ଡ୍ରାଇଭର ବୋଲି ପୋଲିସ କହିଛି l
ଜବତ ଗଂଜେଇ ର ଆନୁମାନିକ ମୂଲ୍ୟ ଦଶ ଲକ୍ଷ ରୁ ଊର୍ଧ୍ଵ ହେବ ବୋଲି କୁହାଯାଉଛି l
ଏ ସମ୍ପର୍କରେ ଫିରିଙ୍ଗିଆ ପୋଲିସ ୭ 0 /୨୩ ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ତପନ ନାହାକ କହିଛନ୍ତି l
ସେହିପରି ଫିରିଙ୍ଗିଆ ଥାନା ଅନ୍ତର୍ଗତ ବିଭିନ୍ନଜଙ୍ଗଲ ରେ ଅତର୍କିତ ଭାବେ ଚଢ଼ାଉ କରି ଏକର ଏକର ବେଆଇନ ଗଂଜେଇ ଚାଷସବୁ ନଷ୍ଟ କରି ଥିଲା ପୋଲିସ lଏଥିସହ ସଚେତନତା ମଧ୍ଯସୃଷ୍ଟି କରୁଛି ପୋଲିସ l କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ଙ୍କ ସମୟୋଚିତ ପଦକ୍ଷେପ,ନିଷ୍ଠା, ଆନ୍ତରିକତା ସାଙ୍ଗକୁ ଦକ୍ଷତା ଯୋଗୁଁ ପୋଲିସ ସଫଳତା ହାସଲ କରୁଥିବା ଜଣାପଡିଛି l
ଅଂଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ମଧ୍ୟ ପୋଲିସ ର ପଦକ୍ଷେପ ପ୍ରଶଂସନୀୟ lଫିରିଙ୍ଗିଆ ଅଞ୍ଚଳ ରେ ଚୋରି, ରାହାଜାନି, ଡକାୟତି, ସାଙ୍ଗକୁ ଅସାମାଜିକ କାର୍ଯ୍ୟ କଳାପକୁ ଦୃଢ଼ ହସ୍ତରେ ଦମନ କରିଛନ୍ତି ଥାନା ଅଧିକାରୀ ତପନ କୁମାର ନାହାକ lଫଳରେ ପୋଲିସ ବାବୁ ହେବ ତ ଏମିତି ବୋଲି ଲୋକେ କହୁଥିବା ଶୁଣିବାକୁ ମିଳୁଛି l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories