#Breaking News #District

କନ୍ଧମାଳ ଜିଏ ନଏମ ଛାତ୍ରୀ ପାଳିଲେ ବିଶ୍ଵସେବୀକା ଦିବସ


ଫୁଲ ବାଣୀ
ସାରାବିଶ୍ୱ ପାଳିଛି ଆନ୍ତର୍ଜାତୀୟ ନସିଂ ଦିବସ ବା ବିଶ୍ଵ ସେବୀକା ଦିବସ । ଏହି ଅବସରରେ ଖଜୁରୀପଡା ବ୍ଲକ ଅନ୍ତର୍ଗତ ଗୁଡ଼ରୀ ସାହି ସ୍ଥିତ କନ୍ଧମାଳ ଜିଏନଏମକଲେଜ ନସିଂ ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀ ପାଳିଲେ ଆନ୍ତର୍ଜାତୀୟ ନସିଂ ଦିବସ, Iଏହି ଅବସରରେ ମୁଖ୍ୟଅତିଥିଭାବେଫୁଲବାଣୀ ବିଧାୟକ ଅଙ୍ଗଦ କହଁର,,ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ତହସିଲଦାର ବିଜୟ ପ୍ରଧାନ, ଡିପିଏମ ମନୋରଞ୍ଜନ ସାହୁ,ବରିଷ୍ଠ ସାମ୍ବାଦିକ ଓ ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ଖଜୁରୀପଡ଼ା ବ୍ଳକ ଅଧ୍ୟକ୍ଷା ଅନୀମା କହଁର, ଏ ଏନଏମ ଟ୍ରେନିଙ୍ଗସେଣ୍ଟେର ଦାୟୀତ୍ଵରେ ଥିବା ଅଧକ୍ଷାସଂଘମିତ୍ରା ସିଂହ, , ନିର୍ଦ୍ଦେଶକ କନ୍ଧମାଳ ଜିଏନଏମ କଲେଜ ଅଜିତ ଦାସ, ବରିଷ୍ଠ ସାମ୍ବାଦିକ ତଥା ସ୍ୱଚ୍ଛାସେବୀ, ଜହନଆମ୍ବୁଲାନ୍ସ ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ସେବୀକା ମାନଙ୍କର ରୋଗୀମାନଙ୍କ ପ୍ରତି ଥିବାକର୍ତ୍ତବ୍ଯ ପ୍ରତି ସଚେତନ ରହିବା ଉପରେ ଗୁରୁତ୍ଵ ଦେଇଥିଲେ । ସେହିପରି ପର ଆପଣ। ନ ଭାବି ସମସ୍ତ ରୋଗୀଙ୍କୁସମାନ ଭାବରେ ନିଷ୍ଠା, ଓ ଆନ୍ତରିକତାର ସହ ସେବା କରିବା ସେବାକା ବା ନର୍ସର କାର୍ଯ୍ୟ ବୋଲି କହିଥିଲେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକା ମାନଙ୍କ ତ୍ୟାଗ ମହତ୍ଵପୂର୍ଣ୍ଣ ବୋଲି କହିଥିଲେ ସମ୍ମାନିତ ଅତିଥି ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷା ତଥା ସମାଜସେବୀ, ସାଙ୍ଗଠିକା, ଅନୀମା କ ହଁ ର l ସେବିକା ମାନଙ୍କ ସେବାକାର୍ଯ୍ୟରେ ତାଙ୍କ ବଳିଦାନକୁ ସମ୍ମାନ ଜଣାଇ ଜାତିସଂଘ ୧୯୬୫ ମେ ୧୨ତାରିଖକୁ ବିଶ୍ଵସ୍ତରରେ ପାଳନ କରି ଥାଏ ବୋଲି ସୁଶ୍ରୀ ଅନିମା କହଁର ଆହୁରି କହିଥିଲେ।
କନ୍ଧମାଳ ଜିଏନଏମ ର ବରିଷ୍ଠ ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସଭା ପରିଚାଳନା କରିଥିଲେ l
ଏହି ଅବସରରେ ସ୍ଥାନୀୟ ସରପଞ୍ଚ, ଅବିଭାବକ, ଅବିଭାବିକା, ଗ୍ରାମବାସୀ ଙ୍କ ସମେତ ଜି ଏନଏମ କଲେଜର ସମସ୍ତ ଛାତ୍ରଛାତ୍ରୀ ଅଭିଭାବକ, କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ଅନୁଷ୍ଠାନ ର କୃତି ଛାତ୍ର ଛାତ୍ରୀ ଙ୍କୁ ଏହି ଅବସର ରେ ପୁରସ୍କୃତ କରାଯାଇଥିଲା l ଶେଷରେ ଅନୁଷ୍ଠାନ ର ଛାତ୍ରୀ ଛାତ୍ର ମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟ କ୍ରମ ମାନ ପରିବେଷଣ କରିଥିଲେ l

Leave a comment

Your email address will not be published. Required fields are marked *