ପୁଣି ବାଘ ଛାଲ ଜବତ, ୨ ଗିରଫ

Udaya_Labanya | May 13, 2023 | 13 views |0 | Breaking News , District


ଫୁଲବାଣୀ(ସୁନୀଲ ପଟନାୟକ )
ପୁଣି କନ୍ଧମାଳ ରୁ କଲରାପତରିଆ ବାଘ ଛାଲ ଜବତ । ବାଘ ଛାଲ ଚୋରାଚାଲାଣ ବେଳେ ଶନିବାର ଦୁଇ ଜଣଙ୍କୁ ଗିରଫ କରିଛି ଫୁଲବାଣୀ ବନ ବିଭାଗ ।
ଖବର ରୁ ପ୍ରକାଶ ଯେ, ଚକାପାଦ ଥାନା ପସରା ପଂଚାୟତ ଅନ୍ତର୍ଗତ ପଖାଳ ଖିଆ ଗ୍ରାମ ରେ ବାଘ ଛାଲ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଫୁଲବାଣୀ ବନ ବିଭାଗ ଡି ଏଫ ଓ ପ୍ରଶାନ୍ତ ପଟେଲ ଙ୍କ ନିର୍ଦେଶ କ୍ରମେ ଏସିଏଫ ମଳୟ ରଞ୍ଜନ କାଲୋଙ୍କ ବଳିଷ୍ଠ ନେତୃତ୍ୱ ରେ ସୁଦୃକୁମ୍ପା ରେଞ୍ଜର ଶିଶିର କୁମାର ଝାଙ୍କର ଙ୍କ ଆନ୍ତରିକ ସହଯୋଗ ରେ ଏକ ବାର ଜଣିଆ ଟିମ ଘଟଣା ସ୍ଥଳ ରେଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ ସହ ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି l
ଗିରଫ ଅଭିଯୁକ୍ତ ମାନେ ହେଲେଶିକାରୀ ଯଶୋବନ୍ତ କହଁର ଓ ଚାଲାଣକାରୀ ଆଲୋକ କହଁର l
ସେମାନେ କଲରା ପତରିଆ ବାଘ ଛାଲ କୁ ବିକ୍ରୀ କରିବାଲାଗି ଉଦ୍ୟମ କରୁଥିଲେ ବୋଲି ବନ ବିଭାଗଡ଼ିଏଫଓ ପ୍ରଶାନ୍ତ ପଟେଲ କହିଛନ୍ତି lଶନିବାର ଡାକ୍ତରୀ ପରିକ୍ଷା ପରେ କୋର୍ଟ ଚାଲାଣ କରାଯିବ ବୋଲି ଡ଼ିଏଫଓ ପଟେଲ କହିଛନ୍ତି
ସୂଚନା ଯୋଗ୍ୟ ଯେ, ନିକଟରେ ରେ ମଧ୍ୟ ଫୁଲବାଣୀ ବନବିଭାଗ ବାଘଛାଲ ଜବତ କରିଥିଲା l
ଡ଼ିଏଫଓ ପ୍ରଶାନ୍ତ ପଟେଲ, ଏସିଏଫ ମଳୟ ରଞ୍ଜନ କାଲୋ, ରେଞ୍ଜର ଶିଶିର କୁମାର ଝାଙ୍କର ଓ ବନ କର୍ମଚାରୀ ମାନଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା, ସମୟୋପୋଯୋଗୀ ପଦକ୍ଷେପ ଯୋଗୁଁ ଜଙ୍ଗଲ ମାଫିଆ ଓ ବନ୍ୟପ୍ରାଣୀ ଶିକାରୀ ମାନଙ୍କୁ ଗିରଫ କରିବା ସହ ସାବାଡ଼ କରିବାରେ ଫୁଲବାଣୀ ବନ ବିଭାଗ ସଫଳ ହୋଇଛି l
ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏତେ ବାଘ ଛାଲ ଆସୁଛି କେଉଁଠୁ ?
ରାଣୀପଥର, ସୁଦୃକୁମ୍ପା,ଚକାପାଦ, ଗାଡିଆପଡାଓ ଆଖ ପାଖ ଜଙ୍ଗଲ ରୁ ବାଘକୁ ମାରି ନାହାଁନ୍ତି ତ ଏହି ଶିକାରୀ ମାନେ ? ନା ଅନ୍ୟ ଅଂଚଳ ରୁ ଶିକାର କରି ଆଣି ଏଠାରେ ବିକ୍ରୀ ଉଦ୍ୟମ କରୁଥିଲେ ତାର ତଦନ୍ତନିତାନ୍ତ ଆବଶ୍ୟକ l ଏହାକୁ ରୋକିବା ପାଇଁ
ବନ ବିଭାଗ ଏ ଦିଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories