ଫିରିଙ୍ଗିଆ ପୋଲିସ ଚଢ଼ାଉ ୧ କୁଇଣ୍ଟାଲ ୯ ୨ କେଜି ଗଂଜେଇଜବତ,୩ ଅଭିଯୁକ୍ତ ଚମ୍ପଟ

Udaya_Labanya | May 16, 2023 | 37 views |0 | Breaking News , Crime , District


ଫୁଲବାଣୀ(ସୁନୀଲ ପଟନାୟକ )
ମଙ୍ଗଳବାର ଫିରିଙ୍ଗିଆ ପୋଲିସ
କୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ବଳିଷ୍ଠ ନେତ୍ତୃତ୍ଵରେ ପୋଲିସ ଟିମ ସଦଳ ବଳେ ଦଣ୍ଡକୀଆ କୁସୁମ ନାଯୁ ରେ ଚଢ଼lଉ କରି ୧ କୁଇଣ୍ଟାଲ ୯ ୨ କେଜି ଗଂଜେଇ ଜବତ କରିଛନ୍ତି l ତେବେପୋଲିସ କୁ ଦେଖି ଅଭିଯୁକ୍ତ ୩ ଜଣ ଚମ୍ପଟ ଥିଲେ l

ଜବତ ଗଂଜେଇ ର ଆନୁମାନିକ ମୂଲ୍ୟ ୭ ଲକ୍ଷ ରୁ ଊର୍ଧ୍ଵ ହେବ ବୋଲି କୁହାଯାଉଛି l
ଏ ସମ୍ପର୍କରେ ଫିରିଙ୍ଗିଆ ପୋଲିସ ୭୯ /୨୩ ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ତପନ ନାହାକ କହିଛନ୍ତି l
ସେହିପରି ଫିରିଙ୍ଗିଆ ଥାନା ଅନ୍ତର୍ଗତ ବିଭିନ୍ନଜଙ୍ଗଲ ରେ ଅତର୍କିତ ଭାବେ ଚଢ଼ାଉ କରି ଏକର ଏକର ବେଆଇନ ଗଂଜେଇ ଚାଷସବୁ ନଷ୍ଟ କରି ଥିଲା ପୋଲିସ lଏଥିସହ ସଚେତନତା ମଧ୍ଯସୃଷ୍ଟି କରୁଛି ପୋଲିସ l କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ଙ୍କ ସମୟୋଚିତ ପଦକ୍ଷେପ,ନିଷ୍ଠା, ଆନ୍ତରିକତା ସାଙ୍ଗକୁ ଦକ୍ଷତା ଯୋଗୁଁ ପୋଲିସ ସଫଳତା ହାସଲ କରୁଥିବା ଜଣାପଡିଛି l
ଅଂଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ମଧ୍ୟ ପୋଲିସ ର ପଦକ୍ଷେପ ପ୍ରଶଂସନୀୟ lଫିରିଙ୍ଗିଆ ଅଞ୍ଚଳ ରେ ଚୋରି, ରାହାଜାନି, ଡକାୟତି, ସାଙ୍ଗକୁ ଅସାମାଜିକ କାର୍ଯ୍ୟ କଳାପକୁ ଦୃଢ଼ ହସ୍ତରେ ଦମନ କରିଛନ୍ତି ଥାନା ଅଧିକାରୀ ତପନ କୁମାର ନାହାକ lଫଳରେ ପୋଲିସ ବାବୁ ହେବ ତ ଏମିତି ବୋଲି ଲୋକେ କହୁଥିବା ଶୁଣିବାକୁ ମିଳୁଛି l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 3 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 8 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories