ବନାନୀ ପକ୍ଷରୁ ଦୁଇଦିନିଆ ଡ୍ରାମା ରିହରସଲ

Udaya_Labanya | May 16, 2023 | 22 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ସହର ର ସର୍ବପୁରାତନ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଦୁଇଦିନ ଧରିଚିନ୍ତାମଣି ଜେନା ଙ୍କ ଲିଖିତ ସୂର୍ଯ୍ୟାସ୍ତ ପୂର୍ବେ ନାମକ ଏକ ଡ୍ରାମା ଅନୁଷ୍ଠିତ ହେବ l
ସଂସ୍ଥା ର ବରିଷ୍ଠ କଳାକାର ମାନଙ୍କୁ ନେଇ ଅନୁଷ୍ଠାନ ପରିସରରେଗତ କାଲିଠୁ ରିଅରଶଲ ଆରମ୍ଭ ହୋଇଛି l
ଏହି ଡ୍ରାମା ଆସନ୍ତା ଜୁନ ମାସ ପ୍ରଥମ ସପ୍ତାହରେ ସଭାଗୃହ ଠାରେ ଅନୁଷ୍ଠିତ କରାଯିବା ନେଇ ନିଷ୍ପତି ହୋଇଛି l ଡ୍ରାମା ର ବଳକା ଅର୍ଥ
ଜିଲାର ଗରିବ ଅସହାୟ ଲୋକଙ୍କୁ ସର୍ବଦା ସହାୟତା ର ହାତ ବଢ଼ାଇ ଆସୁଥିବା ରେଡ଼କ୍ରସ ସଂସ୍ଥାକୁ ପ୍ରଦାନକରିବାଲାଗି ସଂସ୍ଥା ର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ, ସମାଜସେବୀ ଡ଼ଃ. ଅରୂପ ଜେନା, ସଭାପତି ତଥା ବରିଷ୍ଠ ଆଇନଜୀବୀ ରବିନ୍ଦ୍ରନାଥ ମିଶ୍ର, କୋ ଅର୍ଡିନେଟର ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ଙ୍କ ସମେତ ଅନ୍ୟମାନେ ଆଗ୍ରହ ପ୍ରକାଶ କରିଛନ୍ତି l ଏହାଦ୍ୱାରା ଜିଲାର ଗରିବ ଲୋକେ ଉପକୃତ ହୋଇପାରିବେ ବୋଲି ସେମାନେ ମତ ଦେଇଛନ୍ତି l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories