ବନ ବିଭାଗ ଦ୍ଵାରା ଉଲୁକ ଉଦ୍ଧାର

Udaya_Labanya | May 18, 2023 | 14 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ବନ ବିଭାଗ ଆଜିଫୁଲବାଣୀ ସାହି ଅଂଚଳ ରୁ ଏକ ଉଲୁକ ଉଦ୍ଧାର କରିଛି l
ସୂଚନା ଯୋଗ୍ୟ ଯେ, ଆଜି ସକାଳୁ ଫୁଲବାଣୀ ସାହି ଅଂଚଳ ର ପ୍ରକାଶ ସାହୁ ଓ ସୁରୁ ସାହୁ ନାମକ ଦୁଇ ଜଣ ଯୁବକ ଏକ ଛୁଆ ଉଲୁକ କୁ ରାସ୍ତାରେ କୁକୁର ଗୋଡାଉଥିବା ଦେଖି ଉଦ୍ଧାର କରି ତାକୁ ଘରେ ରଖି ଥିଲେ l ଆଉ ଏ ନେଇବରିଷ୍ଠ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଜଣାଇବାପରେ ଗଣ ମାଧ୍ୟମ ପ୍ରତିନିଧି ଏସିଏଫ ମଳୟ ରଞ୍ଜନ କାଲୋ ଙ୍କୁ ଜଣାଇବା ପରେ ଏସିଏଫ କାଲୋ ଙ୍କ ନିର୍ଦେଶ ରେ ଫୁଲବାଣୀ ରେଞ୍ଜ ଅନ୍ତର୍ଗତ ବନ କର୍ମଚାରୀ ମାନେ ତତ କ୍ଷଣାତ ଫୁଲବାଣୀ ସାହି କୁ ଯାଇ ଉଲୁକ ଟିକୁ ଉଦ୍ଧାର କରି ରେଞ୍ଜ କାର୍ଯ୍ୟାଳୟ କୁ ଆଣି ଚିକିତ୍ସା କରିବା ସହ ଖାଦ୍ୟ ଖୁଆଇ ସୁରକ୍ଷିତ ଭାବେ ରଖିଥିବା ବନକର୍ମଚାରୀ କହିଛନ୍ତି l
ଫୁଲବାଣୀ ରେଞ୍ଜ କର୍ମଚାରୀଙ୍କ ଏଭଳି କାର୍ଯ୍ୟ କୁ ବୁଦ୍ଧିଜୀବୀ, ପରିବେଶ ବିତ ମାନେ ବେଶ ପ୍ରଶଂସା କରିଛନ୍ତି l
ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷା ଦିଗରେ ଫୁଲବାଣୀ ଜଙ୍ଗଲ ବିଭାଗ ରେଞ୍ଜର ଓ କର୍ମଚାରୀ ସଦା ତତ୍ପର l
ବିଭିନ୍ନ ସମୟରେ ବନ କର୍ମଚାରି ମାନେ ଜଙ୍ଗଲ ରେ ବନ୍ୟପ୍ରାଣୀ ଓ ପକ୍ଷୀ ମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଈ ଥାନ୍ତି l ରାତ୍ରିକାଳୀନ ପେଟ୍ରୋଲିଙ୍ଗ କୁ କଡାକଡି ଭାବେ ପାଳନ କରାଯାଉଥିବାରୁ ଆସ୍ତେ ଆସ୍ତେ ବନ୍ୟପ୍ରାଣୀ,ଓ ବିରଳ ପକ୍ଷୀ ମାନଙ୍କ ସଂଖ୍ୟା ବୃଦ୍ଧିପାଉଥିବା ଲକ୍ଷ କରାଯାଉଛି l
ଉଦ୍ଧାର କରାଯାଇଥିବା ଉଲୁକ ର ସ୍ୱାସ୍ଥ୍ୟ ରେ ଉନ୍ନତି ଆସିଲେ ତାକୁନିକଟସ୍ତ ଜଙ୍ଗଲ ରେ ଛାଡିଦିଆଯିବ ବୋଲି କହିଛନ୍ତି ବନ କର୍ମଚାରୀ l
ସେହିପରି ଡ଼ିଏଫଓ ପ୍ରଶାନ୍ତ ପଟେଲ, ରେଂଜେର ଶିଶିର କୁମାର ଝାଙ୍କର ମଧ୍ୟ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଉଥିବା ଜଣା ପଡ଼ିଛି

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories