ରାଜ୍ଯସ୍ତରୀୟ ମୁଁଏଥାଇ ପ୍ରତିଯୋଗିତା – 2023 ରେ କନ୍ଧମାଳ ଖେଳାଳିଙ୍କ କୃତିତ୍ଵ

Udaya_Labanya | May 18, 2023 | 22 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
ଚଳିତ ମାସ ୧୩ ଏବ୍ଂ ୧୪ ତାରିଖ ଦିନ ରାୟଗଡା ସ୍ଥିତ ଜି.ସି.ଡି ମହାବିଦ୍ୟାଳୟ ଠାରେ ୧୧ ତମ ରାଜ୍ୟ ମୁଁଏଥାଇ ପ୍ରତିଯୋଗିତା – ୧୦୨୩ ଉଦ ଯାପିତ ହୋଇଛି | ଓଡିଶା ମୁଁଏଥାଇ ଇଉନିୟନ୍ ର ଓଡିଶା ଅଲମ୍ପିକ୍ ଆସୋସିଏସନ ଦ୍ଵାରା ମାନ୍ୟତା ପ୍ରାପ୍ତ ଏହି ସଂସ୍ଥାର
ସମ୍ପାଦକ ଜ୍ଞାନରଞ୍ଜନ ମହାନ୍ତିଙ୍କ ନେତୃତ୍ଵରେ ମୋଟ୍ ୧୮ ଟି ଜିଲାରୁ ୨୦୦ ଜଣ ପ୍ରତିଯୋଗିଙ୍କୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତା ସଫଳ ରୂପେ ସମ୍ପାଦିତ ହୋଇଅଛି | ରାଜ୍ୟସ୍ତରର କନ୍ଧମାଳରୁ ସିନିୟର୍ ମହିଳା ବର୍ଗରେ ଶାଲିନି ସିଂ, ରୁପାଲୀ ନାୟକ ଏବ୍ଂ ସବ୍ ଜୁନିୟର୍ ପୁରୁଷ ବର୍ଗ ରେ ଜଏଲ ଦିଗାଲ୍ ଙ୍କ ସହ କନ୍ଧମାଳ ମୁଁଏଥାଇ ର ସମ୍ପାଦକ ଦେବାଶିସ୍ ପ୍ରଧାନ ଅଂଶ ଗ୍ରହଣ କରିଥିଲେ | ମହିଳା ବର୍ଗ ୫୩ କେଜି ରେ ଶାଲିନି ସିଂ ଙ୍କୁ ଗୋଲ୍ଡ, ୪୫ କେଜି ରେ ରୁପାଲି ନାୟକ ଙ୍କୁ ରୌପ୍ୟ ଏବ୍ଂ ୨୨ କେଜି ପୁରୁଷ ବର୍ଗରେ ଜଏଲ ଦିଗାଲ୍ ଙ୍କୁ ଗୋଲ୍ଡ ପଦକରେ ସମ୍ମାନିତ କରା ଯାଇଛି | ସୂଚନା ଅନୁସାରେ ଗୋଲ୍ଡ ପଦକ ଧାରି ମାନେ ଚଳିତ ମାସ ୧୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ତାମିଲନାଡୁ ର ଚେନ୍ନାଇ ସହର ରେ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ମୁଁଏଥାଇ – ୨୦୨୩ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ନିମନ୍ତେ ଯିବେ | ଏଣୁ କନ୍ଧମାଳ ର ଶାଲିନି ସିଂ ଙ୍କୁ କୃତିତ୍ଵ ତଥା ଜାତୀୟ ସ୍ତରରେ ଅଂଶ ଗ୍ରହଣ କରିବା ନିମନ୍ତେ ଫୁଲବାଣୀର ସିନିୟର୍ ଷ୍ଟୁଡେଣ୍ଟ କାହ୍ନ| ପଟ୍ଟନାୟକ ଏବ୍ଂ ମହାତ୍ମା ସାହାଣୀ ଶୁଭେଚ୍ଛା ଜଣାଇଛନ୍ତି l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories