ଆଠଗଡ ରେ ଧର୍ମେନ୍ଦ୍ରଙ୍କୁ ବିପୁଳ ସମ୍ବର୍ଦ୍ଧନା, ଏକାଠି ହୋଇ ଦଳପାଇଁ କାମ କର ନଚେତ ଦଳ ଛାଡ଼, ସିଧା ସିଧା ଶୁଣାଇଲେ କର୍ମୀଙ୍କୁ

Udaya_Labanya | May 21, 2023 | 56 views |0 | Breaking News , District


ଆଠଗଡ ( ଉଲ୍ଲାପ୍ର )କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ତାଳଚେର ଗସ୍ତ କରିବା ବେଳେ ଆଠଗଡ ରେ ବିଜେପି ଦଳ ତରଫରୁ ବିପୁଳ ସ୍ୱାଗତ ସଂବର୍ଦ୍ଧନା ପ୍ରଦାନ କରାଯାଇ ଥିଲା, ବିଜେପି ନେତା ଅଭୟ ବାରିକ ବିରାଟ ବାଇକ ଶୋଭାଯାତ୍ରା ରେ କଇଁଥ ଛକ ଠାରୁ ଏକ ଶୋଭାଯାତ୍ରା ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଙ୍କୁ ଆଠଗଡ ଆଣିଥିଲେ, ଏହାପରେ ଗାନ୍ଧୀମାର୍ଗ ରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଭଉଣୀ ଗଭା ପ୍ରଧାନଙ୍କ ଘରକୁ ଯାଇ ଭଉଣୀଙ୍କୁ ଭେଟିଥିଲେ ଏବଂ ସ୍ୱାସ୍ଥ୍ୟ କଥା ପଚାରି ବୁଝିଥିଲେ, ଏହା ପରେ ବିଜେପି ନେତା ଅଭୟ ବାରିକ ଓ ବ୍ରଜେନ୍ଦ୍ର ରାୟଙ୍କ ମଧ୍ୟରେ ଥିବା ମନୋ ମାଳିନ୍ୟକୁ ଦୂର କରିବା ପାଇଁ ଚେଷ୍ଟା କରିଥିଲେ ଏବଂ ମିଳିମିଶି କାର୍ଯ୍ୟ କରିବାପାଇଁ ତାଗିଦ କରିଥିଲେ ଏବଂ

ଆଠଗଡରେ ଦଳ ମିଳିତଭାବେ ଲଢେଇ କରିବ ଏବଂ ଆଠଗଡ ଜିତିଲେ ବଡମ୍ବା ଜିତିବ ଏବଂ ବାଙ୍କୀ ଜିତିବ ଏବଂ ବାଙ୍କୀ ଜିତିଲେ କଟକ ଜିଲାରେ ଦଳ ବହୁମତ ପାଇବେ ବୋଲି ସମସ୍ତଙ୍କୁ ତାଗିଦ କରି ଯାଇଛନ୍ତି, ଯଦି କେହି ଏପଟ ସେପଟ ହେବ ସେ ଲୋକ ଅନ୍ୟ ଦଳକୁ ଚାଲିଗଲେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ବିଜେପି ନେତା ଏହାପରେ ବାହାରେ ଧର୍ମେନ୍ଦ୍ରଙ୍କ କଥା ଅନୁସାରେ ଅଭୟ ବ୍ରଜେନ୍ଦ୍ରଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ବିଜେପିର ସବୁ ନେତାଙ୍କୁ ଦେଖିବାକୁ ମିଳିଥିବା ବେଳେ ରାମ ନାରାୟଣ ମହାନ୍ତିକୁ ଦେଖିବାକୁ ମିଳି ନଥିଲା,

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories