ଗିର୍ଲିମାଲି ପର୍ବତ ଉପରେ କୁଇ ସମାଜ ତରଫରୁ ମାଳତୀ ପୁୟୁ-୨୦୨୩ ଅନୁଷ୍ଠିତ

Udaya_Labanya | May 21, 2023 | 58 views |0 | Breaking News , District


କୋରାପୁଟ/ସେମିଳିଗୁଡା(ବସନ୍ତ କୁମାର ସ୍ବାଇଁ ): କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ପୁଟସିଲି ଅନ୍ତର୍ଗତ ଇକୋ ଟିୟୁରିଯିମ ପାଇଁ ଦେଶ ଓ ଦେଶ ବାହାରେ ବିଶେଷଭାବେ ପରିଚିତ ଗିର୍ଲିମାଲି ପର୍ବତ ଉପରେ ମାଳତୀ ପୁୟୁ-୨୦୨୩ କୁଇ ସଂସ୍କୃତିକ ମୋହତ୍ସବ ମହା ସମାରହରେ ଅନୁଷ୍ଠିତ ହଇଯାଇଛି । ପରମ୍ପରା ଅନୁଯାୟୀ କୁଇ ସମାଜର ଦିଶାରୀଙ୍କ ଦ୍ଵାରା ପାରମ୍ପରିକ ପୂଜାନୀତି ପରେ କାଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଚନ୍ଦ୍ର ଶେଖର ମାଝୀ ଯୋଗ ଦେଇ ତାଙ୍କ ଅଭିଭାଷଣରେ କହିଥିଲେ କେଉ ଅନାଦି କାଳରୁ ଆଦିବାସୀମାନେ ବାରମାସରେ ତେରପର୍ବ ପାଳନ କରି ଅସୁଛନ୍ତି । ଏହି ସମୃଦ୍ଧ ପରମ୍ପରା, ନୃତ୍ୟ କଳା ଓ ଭାଷାକୁ ବଞ୍ଚାଇ ରଖିବା ପାଇଁ ସମସ୍ତେ ପ୍ରୟାସ କରିବାକୁ ସେ ନିବେଦନ କରିଥିଲେ । ରାଜ୍ୟ ସରକାର ଦ୍ବାରା ୧୪ଟା ଆଦିବାସୀ ବହୁଳ ଜିଲ୍ଲାକୁ ବିଶେଷ ମାନ୍ୟତା ଦେଇ ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯିବା ବୋଲି ଶ୍ରୀ ମାଝୀ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୋରାପୁଟ ଯୋଜନା ବୋର୍ଡ଼ ଅଧକ୍ଷ ବିଧାୟକ ଶ୍ରୀ ଯୁକ୍ତ ରଘୁରାମ ପାଡାଲ , ପଟ୍ଟାଙ୍ଗି ବିଧାୟକ ଶ୍ରୀଯୁକ୍ତ ପିତମ ପାଢ଼ୀ, ଲକ୍ଷ୍ମୀପୁର ବିଧାୟକ ଶ୍ରୀଯୁକ୍ତ ପ୍ରଭୁ ଜାନୀ, ରାୟଗଡା ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ଆଦିବାସୀଙ୍କ ସଂସ୍କୃତି, ପରମ୍ପରା, ଲୋକକଳା, ନୃତ୍ୟ ଓ ଆଦିବାସୀ ଭାଷାକୁ ବଞ୍ଚାଇ ରଖିବା ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସମ୍ମିଳନୀରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ମେଲକା , ଜୟପୁର ଉପଜିଲ୍ଲାପାଳ ଶ୍ରୀ ବେଦବର ପ୍ରଧାନ, କୋରପୁଟ ଡ଼ିଏସପି ଶ୍ରୀଯୁକ୍ତ ଗୁଣନିଧି ମଲ୍ଲିକ, ସେମିଳିଗୁଡା ବ୍ଲକ ଜିଲା ପରିଷଦ ସଭ୍ୟ ଶ୍ରୀ ମୋହନ ଯାନୀ, ପଟ୍ଟାଙ୍ଗି ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ଟିକାଇ ଗେମେଲ, ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ କୁମାର ପାଙ୍ଗି, ଶ୍ରୀଯୁକ୍ତ ରାମଚନ୍ଦ୍ର କାଡାମ, ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଲାସ କୁଲେସିକା, କୋରାପୁଟ ପୁର୍ବତନ ସାଂସଦ ଶ୍ରୀଯୁ୍ତ ଝିନ୍ନ ହିକ୍କାକା, ସମାଜ ସେବୀ ତଥା ସ୍ୱାଧୀନତା ସଂଗ୍ରାମୀ ଡମ୍ବରୁ ଖରାଙ୍କ ପୁଅ ଶ୍ରୀ ବିଶ୍ୱନାଥ ଖରା, ପଟ୍ଟାଙ୍ଗି ନିର୍ବାଚନୀ ମଣ୍ଡଳୀର ସେମିଳିଗୁଡା, ନନ୍ଦପୁର ଓ ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷମାନେ ଯୋଗଦାନ କରିଥିଲେ। କୁଇ ସମାଜ ତରଫରୁ ସମସ୍ତଙ୍କୁ ଅତିଥିମାନଙ୍କୁ ପାରମ୍ପରିକ ରୀତିରେ ସ୍ୱାଗତ ସମର୍ଦ୍ଧନା କରାଯାଇଥିଲା । ଏଥିରେ କୁଇ ସମାଜର ସଭାପତି ପ୍ରେମ ଦୟା ଦିଶାରୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଉପସଭାପତି ପ୍ରେମପାତ୍ର ଯାନୀ ଓ ସମ୍ପାଦକ ଜୟଦେବ ଦିଶାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥବା ବେଳେ ଶ୍ରୀ ଦିନେଶ ଖରା, , ଶ୍ରୀ ଗୋପୀ ଖରା, କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ସମ୍ମିଳନୀ ମୋହତ୍ସବରେ ଅଭିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲା ସହ ବଲାଙ୍ଗୀର, କଳାହାଣ୍ଡି ଓ ଗଜପତି ଜିଲ୍ଲାର କୁଇ ସମ୍ପ୍ରଦାୟର ବ୍ୟତୀତ ବଣ୍ଡା, ପରଜା, ଗାଦବା, କନ୍ଧ ପରି ବହୁ ସଂଖ୍ୟାରେ ଆଦିବାସୀ ସମାଜର ସଭାପତି ଓ ନେତୃସ୍ଥାନୀୟ ବ୍ୟକ୍ତିମାନେ ସମ୍ମିଳନୀରେ ଉତ୍ସବରେ ଉପସ୍ଥିତ ରହିଥିଲେ । କୁଇ ସମାଜ ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କୁଇ କୁଇ ସମାଜ ତରଫରୁ ସମସ୍ତ ଅତିଥି ଓ ଜନସାଧାରଣମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଏହାପରେ କୁଇ ସମାଜ ତରଫରୁ ବିଶେଷ ଭାବେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଦିବାସୀ କୁଇ ସଂପ୍ରଦାୟର ଏୟୀତିହା କଳା, ସଂସ୍କୃତି, ପରମ୍ପରା ଓ ଭାଷାର ସୁରକ୍ଷା ଓ ବଞ୍ଚାଇ ରଖିବା ପାଇଁ ଏହି ସମ୍ମିଳନୀ ଆୟୋଜିତ କରିବାର ମୁଖ୍ୟ ଉଦ୍ଧେଶ୍ୟ,

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories