ଡାକ୍ତର ବୈଦ୍ୟନାଥ ମିଶ୍ରଙ୍କ ପରଲୋକ: ସପ୍ତାହକୁ ଦୁଇଦିନ ମାଗଣାରେ କରୁଥିଲେ ଚିକିତ୍ସା

Udaya_Labanya | May 21, 2023 | 31 views |0 | Breaking News , District , Headlines

କଟକ ( ଉଲ୍ଲାପ୍ର )ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଆସୁଥିବା ଜଣେ ଡାକ୍ତର ଆଜି ଆରପାରିକୁ ଚାଲିଯାଇଛନ୍ତି । ରାଜ୍ୟର ଜଣେ ଜଣାଶୁଣା ପ୍ରଫେସର ଡାକ୍ତର ବୈଦ୍ୟନାଥ ମିଶ୍ରଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଡାକ୍ତରଙ୍କୁ ୮୮ ବର୍ଷ ହୋଇଥିବା ବେଳେ ସେ କଟକ ସ୍ଥିତ ତାଙ୍କର ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଡାକ୍ତର ବୈଦ୍ୟନାଥ ଲୋକଙ୍କୁ ସପ୍ତାହକୁ ଦୁଇଦିନ ମାଗଣାରେ ଚିକିତ୍ସା କରୁଥିଲେ । ଫଳରେ ଅନେକ ଗରିବ ଲୋକ ଏଥିରେ ବେଶ ଉପକୃତ ହୋଇ ପାରୁଥିଲେ । ଆଜିର ସମୟରେ କିଛି ଘରୋଇ ହସ୍ପିଟାଲ ଲୋକଙ୍କ ଠାରୁ ମୋଟା ଅଙ୍କର ଚିକିତ୍ସା ଫିସ୍ ଆଦାୟ କରୁଥିବା ବେଳେ ଏଭଳି ସମୟରେ ବୈଦ୍ୟନାଥ ରୋଗୀଙ୍କ ପାଇଁ ସତେ ଯେମିତି ଈଶ୍ୱର ସାଜିଥିଲେ । ସେ ସପ୍ତାହର ଶନିବାର ଓ ରବିବାର ଦୁଇଦିନ ଲୋକଙ୍କୁ ମାଗଣାରେ ଚିକିତ୍ସା କରୁଥିଲେ ।

ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ତୁରିନ୍ତିରା ଗ୍ରାମର ଏହି ଜଣାଶୁଣା ପ୍ରଫେସର ୧୯୩୫ ମସିହା ଜୁନ ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିଲେ ହେଁ କଠିନ ପରିଶ୍ରମ କରି ସେ ବହୁ ଆଗକୁ ଯାଇ ପାରିଥିଲେ । ଏଭଳି ଜଣେ ପରୋପକାରୀ, ହୃଦୟପରାୟଣ ଡାକ୍ତରଙ୍କ ଅଚାନକ ବିୟୋଗରେ ସ୍ଥାନୀୟ ଅଞ୍ଚଳ

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories