ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ନାଟ୍ଯ କଳା ପରିଷଦର ନାଟ୍ଯ ମହୋତ୍ସବ

Udaya_Labanya | May 22, 2023 | 25 views |0 | Breaking News , District


କଟକ ( ଉଲ୍ଲାପ୍ର )କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର ବ୍ଲକ ଅନ୍ତର୍ଗତ କହ୍ନେଇପୁର ଗ୍ରାମ ପଞ୍ଚାୟତ ର ଚିନ୍ତାମଣିପୁର ଗ୍ରାମ ରେ ପବିତ୍ର ସାବିତ୍ରୀ ବ୍ରତ ଉପଲକ୍ଷେ ପଞ୍ଚମ ବାର୍ଷିକ ନାଟ୍ଯ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମରେ ସାମାଜିକ ଏକତା ଓ ସାଂସ୍କୃତିକ ଭାଇଚାରା କୁ ସୁଦୃଢ କରିବା ନିମନ୍ତେ ଆୟୋଜିତ ନାଟ୍ଯ ମହୋତ୍ସବ ରେ ଅନୁଷ୍ଠାନର ବରିଷ୍ଠ କାର୍ଯ୍ୟକର୍ତ୍ତା ସାମ୍ବାଦିକ ଅକ୍ଷୟ ଫଗୁଣ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ମହୋତ୍ସବରେ ଟାଙ୍ଗୀ -ସାଲେପୁର ର ଯୁବ ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ମହୋତ୍ସବ କୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଟେଟ୍ରାହେଡ୍ରନ୍ କଲେଜ ର ଅଧ୍ୟକ୍ଷ ପ୍ରଫେସର ସୁବାସ ଚନ୍ଦ୍ର ନାୟକ , ବ୍ଲକ କୃଷି ଓ ବୈଷୟିକ ପରାମର୍ଶଦାତା କମିଟି ” ଆତ୍ମା ” ର ଅଧ୍ୟକ୍ଷ ରାଜେଶ ରଞ୍ଜନ ଷଢ଼ଙ୍ଗୀ, ଶିକ୍ଷାବିତ ଧୀରେନ୍ଦ୍ର କୁମାର ଯେଠୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କ ପ୍ରତିନିଧି ଜନ୍ମଜୟ ଖିଲାର ,ସ୍ଥାନୀୟ ସରପଞ୍ଚ ଭରତ ବେହେରା, ଯୁବ ନାଟ୍ୟ ନିର୍ଦ୍ଦେଶକ ଆଶିଷ କୁମାର ଷଢ଼ଙ୍ଗୀ, ଶରତ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦାନ କରି ସାମାଜିକ ଏକତା , ଅଖଣ୍ଡତା ଓ ସାଂସ୍କୃତିକ ଭାଇଚାରା କୁ ସୁଦୃଢ କରିବା ରେ ଓଡିଆ ସାମାଜିକ ନାଟକ କଳା ସଂସ୍କୃତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବଗର୍ଭକ ବକ୍ତବ୍ଯ ପ୍ରଦାନ କରିଥିଲେ ।। ଶ୍ରୀ ଶ୍ରୀ ଗୋପୀନାଥ ଜୀୟୁ ନାଟ୍ଯ କଳା ପରିଷଦର ଉଦୀୟମାନ କଳାକାରଙ୍କ ଦ୍ଵାରା ଅଭିନୀତ ଓ ଯୁବ ନାଟ୍ୟ ନିର୍ଦ୍ଦେଶକ ଆଶିଷ କୁମାର ଷଢ଼ଙ୍ଗୀ ( ରଞ୍ଜନ ନନା ) ଙ୍କ ବଳିଷ୍ଠ ନିଦ୍ଦେର୍ଶନାର ସମ୍ପୂର୍ଣ୍ଣ ଭିନ୍ନସ୍ବାଦର ଦୁଇଟି ସାମାଜିକ ନାଟକ ପ୍ରଥମ ରାତ୍ରୀ ” କହିଦେଲେ କଥା ସରିଯିବ ” ଏବଂ ଦ୍ବିତୀୟ ରାତ୍ରୀ ” ଅସତୀ ତୁଳସୀ ସତୀ ଚଉରା ” ନାଟକ ମଞ୍ଚସ୍ଥ ହୋଇଯାଇଛି । ଅନୁଷ୍ଠାନ ର ବରିଷ୍ଠ କାର୍ଯ୍ୟକର୍ତ୍ତା ଅନନ୍ତ ସାହାଣୀ, ଅକ୍ଷୟ ଫଗୁଣ, ପ୍ରତାପ ସାହାଣୀ, ଶଙ୍କର ପରିଡା, ସହଦେବ ସାହାଣୀ , ଅନ୍ତର୍ଯ୍ୟାମୀ ସ୍ବାଇଁ ପ୍ରମୁଖ ଙ୍କ ବଳିଷ୍ଠ ଉଦ୍ୟମ ରେ ଅନୁଷ୍ଠିତ ଉକ୍ତ ମହୋତ୍ସବରେ ସମସ୍ତ କଳାକାରଙ୍କ ସମେତ ନାଟ୍ଯ କମିଟି ର ସଦସ୍ୟ ଏବଂ ଗ୍ରାମବାସୀ ମାନେ ସକ୍ରିୟ ସହଯୋଗ ଓ ସହଭାଗିତା ପ୍ରଦାନ କରି ନାଟ୍ୟ ମହୋତ୍ସବ କୁ ସଫଳ କରିଥିଲେ।।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories