ଘରକୁ ଯାଇ ଛାତ୍ରୀ ଙ୍କୁ ଜାତି ପ୍ରମାଣ ପତ୍ର ଦେଲେ କ,ନୂଆଗାଁ ବିଡ଼ିଓ

Udaya_Labanya | May 24, 2023 | 9 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା କ. ନୂଆଗାଁ ବିଡ଼ିଓ ତଥା ଅତିରିକ୍ତଦାଇତ୍ବରେ ଥିବା ତହସିଲଦାର ଜୟ ଦେବ ଦାସ
ଙ୍କ ମହାନତା ଦେଖିବାକୁମିଳିଛି l
ବିଡ଼ିଓ ଦାଶ ଦୁଇ ଦୁଇଟା ଦାଇତ୍ୱ ରେ ରହି ସମସ୍ତ ବ୍ୟସ୍ତତାମଧ୍ୟରେ ନିଜେ ଗାଁ କୁ ଯାଇ ଛାତ୍ରୀ ଙ୍କୁ ଜାତିଗତ ପ୍ରମାଣପତ୍ର ଘରେ ଦେଈ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି l
ଯାହାକୁ ନେଇ ଏବେ ଚର୍ଚା ଯୋର ଧରିଛି l
ସୂଚନା ଯୋଗ୍ୟ, ଯେ କ. ନୂଆଗାଁ ବ୍ଲକ ଅନ୍ତର୍ଗତ ବାଲିଗେଡା ଗ୍ରାମର ଲତିକା ପ୍ରଧାନ ନାମକ ଜଣେ ଛାତ୍ରୀ ତାମିଲନାଡୁ ରେ ଉଚ୍ଚ ଶିକ୍ଷା ସ୍ନାତକ ତୋର ପଢିବା ପାଇଁ ଜାତିଗତ ପ୍ରମାଣପତ୍ର ପାଇଁ ତହସିଲ ଦାର ଦାଇତ୍ୱ ରେ ଥିବା ବିଡ଼ିଓ ଙ୍କ ନିକଟ ରେ ଆବେଦନ କରିଥିଲେ lଆଉ ଆଜି ହିଁ ଅନ ଲାଇନ ମାଧ୍ୟମ ରେ ଆବେଦନ କରିବାର କୁଆଡେ ଶେଷ ତାରିଖ ଥିଲା l ଆଉ ଲତିକା ର ବାପା ଏ ନେଇ ବିଡ଼ିଓ ତଥା ତହସିଲଦାର ଜୟଦେବ ଦାଶ ଙ୍କୁ ଜଣାଇଥିଲେ l ଆଉ ବିଡ଼ିଓ ଛାତ୍ରୀଙ୍କ ସମସ୍ୟା ବୁଝିପାରି ଆବେଦନ କରିବାର ଅଧଘଣ୍ଟା ମଧ୍ୟରେ ଜାତିଗତ ପ୍ରମାଣପତ୍ର ନିଜେ ଧରି ଲତିକା ର ଗ୍ରାମ ବାଲିଗେଡା ଯାଇ ତାଙ୍କୁ ଘରେ ପ୍ରଦାନକରିଥିଲେ l
ଫଳରେ ବିଡ଼ିଓଙ୍କ ଏଭଳି ମାନବିକତା ଓ ତୁରଂତପଦକ୍ଷେପ କୁ ଛାତ୍ରୀ ଲତିକା ପ୍ରଧାନ ଙ୍କ ସମେତ ଗ୍ରାମବାସୀ ଭୁୟସୀ ପ୍ରଶଂସା କରିବା ସହ ଅଫିସର ହେବ ତ ଏମିତି ବୋଲି କହିଛନ୍ତି lଜାତିଗତ ପ୍ରମାଣପତ୍ର ପାଇବା ପରେ ଲତିକା ପିଜି ପଢିବା ପାଇଁ ଅନଲାଇନ ରେ ଆବେଦନ କରିଥବା କହିଛନ୍ତି l
ସେହିପରି ବିଡ଼ିଓ ଦାଶ ଦାଇତ୍ୱ ଗ୍ରହଣ କରିବା ପରଠାରୁ ବ୍ଲକ ଅଂଚଳ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯେପରି ଉଚ୍ଚ ମାନର ହେବା ସହ ନିର୍ଧାରିତ ସମୟ ସୀମା ମଧ୍ୟରେ ସରିବ ଆଉ ସରକାରଙ୍କ ବିଭିନ୍ନ ଲୋକ ହିତକର ଯୋଜନା ର ସୁଫଳ ଯେପରି ଗ୍ରାମାଞ୍ଚଳର ଗରିବ ଲୋକେ ପାଇବେ ସେଥିପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି ଫଳରେ ଅଂଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ଜୋରସୋର ରେ ଚାଲିଥିବା ଜଣା ପଡ଼ିଛି l
ତେବେ ବିଡ଼ିଓ ଦାଶ ଙ୍କ ଏଭଳି କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛି ନିଶ୍ଚୟ l

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories