ଅସହାୟ ବୃଦ୍ଧା ଙ୍କୁ ଵୃଦ୍ଧାଶ୍ରମ ର ଛାଡିଲେ ସମାଜସେବୀ
Udaya_Labanya | May 29, 2023 | 29 views |0 | Breaking News , District
ଫୁଲବାଣୀ ( ଉଲ୍ଲାପ୍ର )

ଯାହାର କେହି ନାହିଁ ତାହାର ବୁଝିବା ପାଇଁ ଠାକୁର ଅଛନ୍ତି l
ଏ କଥା ସତ୍ୟ ପ୍ରମାଣିତ ହୋଇଛି ଜଣେ ଅସହାୟ ବୃଦ୍ଧାଙ୍କ ପାଖରେ l
ବୃଦ୍ଧା ଜଣଙ୍କ ହେଉଛନ୍ତି ଅନ୍ନପୂର୍ଣ୍ଣା ବେହେରା, ବୟସ ୭୮ ବର୍ଷ l ଏତେ ବଡ଼ ଦୁନିଆରେ ତାଙ୍କରକେହି ନାହାଁନ୍ତି lବାପା ମା କେବେଠୁ ଆରପାରିକୁ ଚାଲିଗଲେଣି l
ସେ ଅବିବାହିତ lବୟସ ଥିଲାବେଳେ ଆ ତା ଘରେ ରହି ଖାଇପିଇ କାମ କରୁଥିଲେ l ତେବେ ବୟସ ବଢିବା ଫଳରେ ସେ ବେଳେ ବେଳେ ଅସୁସ୍ଥ ହୋଇପଡିବା ଫଳରେ ଯା ପାଖରେ ରହି କାମ କରୁଥିଲେ ସେ ଆଉ ରଖିବା ଲାଗି ମନା କରିଦେଲେ କୁଆଡେl
ଫଳରେ ଅନ୍ନପୂର୍ଣ୍ଣା ଫୁଲବାଣୀ ଆସି ଦୋକାନ ବାରଣ୍ଡା ରେ ଭୋକ ଉପାସ ରେ ମନ ଦୁଃଖରେ ଅସହାୟ ଅବସ୍ଥାରେ ପଡିରହିଥିଲେ l ଏହା ଦେଖି ଫୁଲବାଣୀ ସାହି ଅଂଚଳ ର ସମାଜ ସେବୀ ତଥା ପୂର୍ବତନ କାଉନ୍ସିଲର ପ୍ରକାଶ ସାହୁ ଭଗବାନ ଙ୍କ ଦୂତ ସଦୃଶ୍ୟ ଆସି ତାଙ୍କୁ ଉଦ୍ଧାର କରି ଖାଇବାକୁ ଦେବାସହ ଚିକିତ୍ସା ବ୍ୟବସ୍ଥା କରିଥିଲେ ଆଉ ଟିକିଏ ସୁସ୍ଥ ଅନୁଭବ କରିବାପରେ ଅନ୍ନପୂର୍ଣ୍ଣା ଙ୍କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ସହ ଯୋଗା ଯୋଗ କରି ସର୍ତ୍ତାଗୁଡା ରେ ଥିବା ଵୃଦ୍ଧାଶ୍ର ମ ରେ ରହିବା ବ୍ୟବସ୍ଥା କରି ସେଠାରେ ସୁରକ୍ଷିତ ଭାବେ ଛାଡି ଦେଇଆସିଥିଲେ l
ଫଳରେ ବୃଦ୍ଧା ଜଣଙ୍କ ସମାଜ ସେବୀ ପ୍ରକାଶ ସାହୁ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠି ଙ୍କୁ କୃତଜ୍ଞତା ଜଣାଇଛନ୍ତି l ଆଉ ଵୃଦ୍ଧାଶ୍ରମ ରେ ଅନ୍ୟ ମହିଳାଙ୍କ ସହ ମିଶି ବେସଖୁସି ଥିବା ଦେଖାଯାଇଛି l