ରୋ ଟା ରୀ ପକ୍ଷରୁ ଯୁବସେବା ସଚେତନତା ଶିଵୀର

Udaya_Labanya | May 29, 2023 | 21 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
ରବିବାର ପୂର୍ବାହ୍ନ ଦଶଟା ସମୟ ରେ ରୋଟାରି କ୍ଲବ ପକ୍ଷରୁ ରୋ ଟା ରୀ ସେବା ଟ୍ରଷ୍ଟ ପରିସର ରେ ଯୁବ ନେତୃତ୍ୱ ଶିବିର ଅନୁଷ୍ଠିତ ହୋଇଥିଲା l
ଏଥିରେ ମୁଖ୍ୟ ଅତିଥି ଭାବେ ନେହୁରୁ ଯୁବ କେନ୍ଦ୍ର ଜିଲ୍ଲା ସଂଯୋଜକ ସତ୍ୟବାନ ଦଳବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ଅଧିକାରୀ ସମୀର କୁମାର ନାୟକ ଯୋଗ ଦେଈ ଦେଶ ଗଠନ ରେ ଯୁବକ ଯୁବତୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ l ତେବେ ଅଜିକାଲି ଯୁବକ ଯୁବତୀ ମାନେ ନିଶା ସେବନ ଓ ନିଶାକାରବାର ଆଦି ଅସାମାଜିକ କାର୍ଯ୍ୟ କଳାପ ରେ ସମ୍ପୃକ୍ତ ରହି ପଥ ଭ୍ରଷ୍ଟ ହେଇଯାଉଛନ୍ତି ଯାହାକି ବିକଶିତ ଦେଶ ଗଠନ ରେ ବାଧକ ସାଜିବ l ଏଣୁ ଯୁବକ ଯୁବତୀ ମାନେ ଏ ସବୁରୁ ଦୁରେଇ ରହି ଏକ ସୁସ୍ଥ, ସୁନ୍ଦର, ବିକଶିତ ରାଷ୍ଟ୍ର ଗଠନ ଦିଗରେ ନିଜକୁ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ l

ରୋ ଟା ରୀ ସଭାପତି ତଥା ଆଇନ ଜୀବି ହରିଶ୍ଚନ୍ଦ୍ର ମହାରଣା ସ୍ଵାଗତ ଭାଷଣ ଦେଇଥିଲେ l
ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ମନୋରଂଜନପାଟନାୟକ,ଧନ୍ୟବାଦଅର୍ପଣ କରିଥିଲେ l
ବରିଷ୍ଠ ରୋଟାରୀଆନ ପ୍ରଶାନ୍ତ ପାଣିଗ୍ରାହୀ, ରୋଟାରୀଆନ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ରୋଟାରୀଆନ ପଦ୍ମ ଚରଣ ମହାନ୍ତି, କେ, ଜ୍ଞାନ କୁମାର ଦୋରା, ବରିଷ୍ଠ ସମାଜ ସେବୀ, ରୋଟାରୀଆନ ରବିନାରାୟଣ ସୁବୁଦ୍ଧି, ପ୍ରଶାନ୍ତ ପାଣିଗ୍ରାହୀ, ଶ୍ରୀମତୀ ବିରାଜିନୀ ମହାପାତ୍ର, କୋଷାଧକ୍ଷ ପ୍ରକାଶ କୁମାର ପଣ୍ଡା, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥଲେ l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories