ବାଲିଗୁଡ଼ାରେ ବାଘ ଆତଙ୍କ

Udaya_Labanya | May 30, 2023 | 28 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବାଲିଗୁଡ଼ା ବନାଞ୍ଚଳରେ ବାଘ ଆତଙ୍କ ଗୁଜବ ସୃଷ୍ଟି ହୋଇଥିଲା । ବାଲିଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବଡ଼ ଗାଁ କନ୍ୟାଶ୍ରମ ପଛ ପଟେ ଏକ ଅଜଣା ଜନ୍ତୁର ପାଦ ଚିହ୍ନ ଦେଖି ଅଞ୍ଚଳବାସୀଙ୍କ ମନରେ ଛନକା ପଶିଥିଲା । ଏହା କୌଣଶି ବାଘର ପାଦ ଚିହ୍ନ ହୋଇଥାଇପାରେ ବୋଲି ଚର୍ଚ୍ଚା ଯୋର୍ ଧରିଥିଲା । ଅଞ୍ଚଳବାସୀଙ୍କ ନିକଟରୁ ଖବରପାଇ ବାଲିଗୁଡ଼ା ବନାଞ୍ଚଳ ଅଧିକାରୀ ଉଦିତ୍ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରାତି ତମାମ ସମ୍ପୃକ୍ତ ଅଞ୍ଚଳରେ ପେଟ୍ରୋଲିଂ ଜାରି ରଖିଥିଲେ । ଏହାପରେ ମିଳିଥିବା ପାଦ ଚିହ୍ନ କୌଣଶି ବାଘର ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଧାନ । ଅନ୍ୟପଟେ ଗୁଜବରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେବା ସହ ବନ ବିଭାଗକୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ବନାଞ୍ଚଳ ଅଧିକାରୀ ।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories