ରାଜ୍ୟ କ୍ୟାବିନେଟ ଘୋଷଣା ଗୋଟିଏ ଧୁଁଆଁ ବାଣ, ନିର୍ବାଚନ ପାଇଁ ଘୋଷଣା -କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

Udaya_Labanya | May 30, 2023 | 16 views |0 | Breaking News , District


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ଦୁଇ ଦିନଆ କନ୍ଧମାଳ ଗ୍ରସ୍ତ ରେ ଆସି ସୋମବାର ରାତି ରେ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡାକବଙ୍ଗଳା ରେ ପହଞ୍ଚିଛନ୍ତି କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ଵର ଟୁଡୁ। । ତାଙ୍କୁ ସ୍ୱାଗତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପିଏ ଆଇଟିଡିଏ ମଧୁସୂଦନ ବେହେରା ସମେତ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଲିଙ୍ଗରାଜ ଦବେହେରା, ବନ ମହାନ୍ତି, ଦେବେନ୍ଦ୍ର କୁଦେଇ, କୁସମି ପ୍ରଧାନ, ସମେତ ଶତାଧିକ କର୍ମୀ ଓ ନେତା ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ରାଜ୍ୟ ସରକାର କ୍ୟାବିନେଟ ରେ ମୋ ଘର ଯୋଜନା ସମେତ ଯାହା ଘୋଷଣା କରିଛନ୍ତି ତାହା ଧୁଆଁ ବାଣ, ନିର୍ବାଚନ କୁ ଆଖିଆଗରେ ରଖି ଘୋଷଣା କରିଛନ୍ତି। ପୂର୍ବ ନିର୍ବାଚନ ବେଳେ କାଳିଆ, ପିଠା, ଯୁବ ବାହିନୀ ଘୋଷଣା କୁଆଡେ ଗଲା ବୋଲି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ର ସରକାରଙ୍କ ଙ୍କ ଆୟୁଷମାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ବିଭିନ୍ନ ଯୋଜନା କୁ ରାଜ୍ୟ ରେ ପ୍ରଚଳନ କଲେ ଲୋକେ ଉପକୃତ ହୋଇ ପାରିବେ ବୋଲି କହିଛନ୍ତି। ରାଜ୍ୟ ରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅଫିସର ରାଜନେତା ତ୍ରାହି ତ୍ରାହି ଡାକିଲେଣି ଏଥର ପରିବର୍ତ୍ତନ ନିଶ୍ଚୟ ହେବ। ବିଜେଡ଼ି ର ବହୁ ନେତା ଆମ ସମ୍ପର୍କରେ ଥିବା ପ୍ରଶ୍ନ ରେ କହିଛନ୍ତି ଅନ୍ ରେକର୍ଡ ନ ହେଲେବି ଯୋଗା ଯୋଗ ରେ ଅଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଟୁଡୁ କହିଛନ୍ତି।କର୍ମୀ ଙ୍କ ଗହଣ ରେ ମନ୍ତ୍ରୀ କର୍ମୀ ଙ୍କୁ କହୁଛନ୍ତି ଯେଉଁ ଅଫିସର କଥା ଶୁଣୁ ନାହାନ୍ତି ସେମାନଙ୍କୁ ମାଡ଼ ମାର ସେଥି ପାଇଁ ଫାଶୀ ଦଣ୍ଡ ମିଳିବ ନାହିଁ। ଆମେ ଆମ ଅଞ୍ଚଳ ରେ ସେଭଳି କରୁଛୁ। ସବୁ ଆଡେ ସବୁ ବିଧାୟକ ମାନେ ଧିରେ ଧିରେ ଅଫିସରଙ୍କୁ ମାଡ଼ ମାରିବା ଆରମ୍ଭ କଲେଣି। ଯଦି ଦରକାର ମୋତେ ଡାକ। ଏଭଳି କହିଥିବାର ଭିଡିଓ ଦେଖିବାକୁ ମିଳିଛି। ଆଜି ଏଠାରୁ ରାଇକିଆ ଓ ଜି.ଉଦୟଗିରି ଯାଇ ଦୁଇଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ଭିତ୍ତପ୍ରସ୍ତର ଦେବା ସହ ସାଧାରଣ ସଭା ରେ କେନ୍ଦ୍ର ସରକାରଙ୍କ ୯ବର୍ଷ ସଫଳତା ସଂପର୍କ ରେ ଲୋକଙ୍କୁ କହିବେ।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories