୫-ଟି ସଚିବ ଯୋରନ୍ଦା ବୁଲିଲେ, ସାଧୁଙ୍କ ସଙ୍ଗେ ବସି ତଳେ ଖାଇଲେ

Udaya_Labanya | May 30, 2023 | 23 views |0 | Breaking News , District

ଢେଙ୍କାନାଳ ( ଉଲ୍ଲାପ୍ର )

ମହିମା ଧର୍ମର ଦର୍ଶନ ମୁଖ୍ୟମନ୍ତ୍ରୀଙ୍କ ସେବା ଓ ସୁଶାସନ ପାଇଁ ପ୍ରେରଣା

ମହିମା ଧର୍ମର ପ୍ରଚାର ପ୍ରସାର ପାଇଁ ସରକାର ଦେବେ ସମସ୍ତ ସହଯୋଗ

କାଲୁରିଆ ଠାରେ ବ୍ରାହ୍ମଣୀ ନଦୀ ଉପରେ 235 କୋଟି ଟଙ୍କାର ବୃହତ ସେତୁର ନାମକରଣ କରି ମୁଖ୍ୟମନ୍ତ୍ରୀ ଏହା ନାଁ ଦେଇଛନ୍ତି ‘ମହିମା ସେତୁ’ – ଶ୍ରୀ ପାଣ୍ଡିଆନ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ସ୍ଥିତ ପ୍ରସିଦ୍ଧ ମହିମା ଗାଦି ପରିଦର୍ଶନ କରିଥିଲେ। ମହିମା ଧର୍ମର ଏହି ମହାନ ପୀଠ ଯୋରନ୍ଦା ଅଞ୍ଚଳ ତଥା ମହିମା ଗାଦିର ବିକାଶ, ସୌନ୍ଦର୍ଯ୍ୟକରଣ ଓ ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ଅନେକ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବିଷୟ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।

ମହିମା ଧର୍ମ ଉପରେ ନିଜର ଚିନ୍ତାଧାରା ପ୍ରକାଶ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ମହିମା ଧର୍ମ ହେଉଛି ସାରା ବିଶ୍ବ ପାଇଁ ଆଦର୍ଶ। ଜାତି, ଧର୍ମ ଓ ବର୍ଣ୍ଣ  ନିର୍ବିଶେଷରେ  ସମସ୍ତେ ସମାନ। ଏହି ସମଭାବର ଚିନ୍ତାଧାରା ସହିତ  ବିଶ୍ବ କଲ୍ୟାଣ ହେଉଛି ଏହି ଧର୍ମର ଆଦର୍ଶ। ଏହା ଆମ ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମହିମା ଧର୍ମର ଆଦର୍ଶରେ ଗଭୀର ଭାବରେ ଅନୁପ୍ରାଣୀତ ବୋଲି ପ୍ରକାଶ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ସମସ୍ତଙ୍କ  କଲ୍ୟାଣ ଓ ଉନ୍ନତି ମୁଖ୍ୟମନ୍ତ୍ରୀଙ୍କ ଜୀବନର ଏକମାତ୍ର ବ୍ରତ। ମହିମା ଧର୍ମର ପ୍ରସିଦ୍ଧ ଏକ ତାଳପତ୍ର ପଙ୍ଖା ମୁଖ୍ୟମନ୍ତ୍ରୀ ତାଙ୍କ ଘରେ ରଖିଛନ୍ତି ।  ଏହି ପଙ୍ଖା ତାଙ୍କୁ ସରଳ ଜୀବନ, ଉଚ୍ଚ ଚିନ୍ତାଧାରା ଓ ନିଃସ୍ବାର୍ଥପର ସେବା ପାଇଁ ସବୁବେଳେ ଅନୁପ୍ରେରିତ କରିଥାଏ।

ଓଡିଶାରେ ମହିମା ଧର୍ମର ଜନ୍ମ। ତେଣୁ ମହିମା ଧର୍ମର ପ୍ରଚାର ଓ ପ୍ରସାର ପାଇଁ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ଏତଦ୍‌ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମହିମା ପୀଠର ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ସୂଚନା ଦେଇଥିଲେ । ମହିମା ଧର୍ମର ମହାନ ସନ୍ଥ ଭୀମଭୋଇଙ୍କ ନାମରେ ବଲାଙ୍ଗୀର ମେଡିକାଲ କଲେଜ ଓ ଭିନ୍ନକ୍ଷମ ଶିବିର ଆଦି ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ଶ୍ରୀ ପାଣ୍ଡିଆନ ଏହି ଅବସରରେ ସୂଚନା ଦେଇଥିଲେ ।


ମହିମା ଧର୍ମର ଗାଦି ଯୋରନ୍ଦା ପରିଦର୍ଶନ କରି ସେଠାରେ ଶ୍ରୀ ପାଣ୍ଡିଆନ କିଛି ସମୟ ଅତିବାହିତ କରିଥିଲେ ଏବଂ ମହିମା ଧର୍ମର ସାଧୁସନ୍ଥ ଓ ଅନୁଗାମୀ ମାନଙ୍କ ସହିତ ଗାଦିର ବିକାଶ ସଂପର୍କରେ ଆଲୋଚନା କରିଥିଲେ ।  ମହିମା ଧର୍ମର ପ୍ରଚାର ପାଇଁ ରାଜ୍ୟ ସରକାର ସବୁପ୍ରକାସ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଶ୍ରୀ ପାଣ୍ଡିଆନ ସେମାନଙ୍କୁ ଜଣାଇଥିଲେ । ମହିମା ଧର୍ମାବଲମ୍ବୀମାନେ ନିଜ ନିଜ ଭିତରେ ଆଲୋଚନା କରି ରାଜ୍ୟ ତଥା ରାଜ୍ୟ ବାହାରେ ମହିମା ଦର୍ଶନର ପ୍ରସାର ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ। ସାଧୁସନ୍ଥଙ୍କ ପରାମର୍ଶ ଓ ପ୍ରସ୍ତାବକ୍ରମେ ମନ୍ଦିର ଓ ପ୍ରାର୍ଥନା ଗୃହ ଆଦି ନିର୍ମାଣରେ ସହଯୋଗ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ଜଣାଇଥିଲେ।

ଢେଙ୍କାନାଳରେ ଯୋଗାଯୋଗର ବିକାଶ ପାଇଁ କାଲୁରିଆ ଗାଁ ଠାରୁ ସରଦେଇପୁର ପର୍ଯ୍ୟନ୍ତ ବ୍ରାହ୍ଣଣୀ ନଦୀ ଉପରେ ବୃହତ ସେତୁ ନିର୍ମାଣ କରାଯାଇଛି । ଏଥିପାଇଁ ୨୩୫.୫୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଦ୍ବାରା ୬୨ଟି ଗାଁର ଜନସାଧାରଣଙ୍କ ପାଇଁ ଯୋଗାଯୋଗ କ୍ଷେତ୍ରରେ ବହୁତ ସୁବିଧା ଆସିବା ସହିତ ଯୋରନ୍ଦା ପୀଠକୁ ଭକ୍ତ ଓ ପର୍ଯ୍ୟଟକମାନେ ସୁବିଧାରେ ଆସିପାରିବେ। ମୁଖ୍ୟମନ୍ତ୍ରୀ ଏହାର ନାମକରଣ କରି ଏହାର ନାଁ ‘ମହିମା ସେତୁ’ ରଖିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।

ଏହି ଅବସରରେ ସେ ଯୋରନ୍ଦାସ୍ଥିତ ୫-ଟି ସ୍କୁଲ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହିତ ରୂପାନ୍ତରର ସୁଫଳ ସଂପର୍କରେ ଆଲୋଚନା କରିଥିଲେ । 

ପରେ ଶ୍ରୀ ପାଣ୍ଡିଆନ୍ ସାଧୁସନ୍ଥଙ୍କ ସହିତ ସେ ଭୋଜନ କରିଥିଲେ ।

ଏହି ଅବସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସଚିବ ଶ୍ରୀମତୀ ରୂପାରୋଶନ ସାହୁ, ଜିଲ୍ଲାପାଳ ଶ୍ରୀ ସରୋଜ ସେଠୀ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।


Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories