ବାଘ ନୁହେଁ ଜଙ୍ଗଲୀ ବିଲେଇ

Udaya_Labanya | June 2, 2023 | 21 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
ଦୀର୍ଘ ୩ଦିନ ଧରି ବାଘ ଭାବି ଆଶଙ୍କାରେ ରହୁଥିବା ଲୋକେ ଏବେ ଅlଶ୍ୱସ୍ଥ ହୋଇଛନ୍ତି lଲୋକେ ଆଜି ଜଙ୍ଗଲ ଆଡକୁ ନିର୍ଭୟରେ ଯାଇଥିଲେ l
ସୂଚନା ଯୋଗ୍ୟ ଯେ, ବାଲିଗୁଡା ବଡ଼ଗାଁ କନ୍ୟାଶ୍ରମ ପଛପଟ ପମ୍ପ ହାଉସ ନିକଟ ରେବାଘ ବୁଲୁଥିବା ନେଇ ଚର୍ଚା ଯୋର ଧରିଥିଲା lଲୋକେ ବି ଭୟଭୀତ ହୋଇପଡିଥିଲେ lଫଳରେ ବାଲିଗୁଡା ଡ଼ିଏଫଓ ବିଶ୍ୱ ରାଜ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବାଲିଗୁଡା ରେଞ୍ଜର ଉଦିତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଫରେଷ୍ଟର ସତ୍ୟନାରାୟଣ ମହାନ୍ତିଙ୍କୁ ନେଇ ଗଠିତ ଟିମ ସମ୍ପୃକ୍ତ ଅଂଚଳରେ ପେଟ୍ରୋଲିଙ୍ଗ କୁ ଜୋରଦାର କରିବା ସହ ସତର୍କ ନଜର ରଖିଥିଲା l ଏପରିକି ସଠିକ ତଥ୍ୟ ପାଇଁ ଡ଼ିଏଫଓ ପଣ୍ଡା ଙ୍କ ନିର୍ଦେଶ କ୍ରମେ ବିଭିନ୍ନ ସ୍ଥାନରେ ୭ ଟି ଟ୍ରାପ କ୍ୟାମେରା ଲଗାଇ ଥିଲା lସେଥିରେ ହୃଷ୍ଟପୃଷ୍ଟ
ଜଙ୍ଗଲୀ ବିଲେଇ ଯା ଆସ କରିବା ସ୍ପଷ୍ଟ ଜଣାପଡିଥିଲା lତେବେ ପ୍ରଥମ ରୁହିଁ ପାଦ ଚିନ୍ହ ଦେଖି ରେଂଜେର ଉଦିତ ପ୍ରଧାନ ତାଙ୍କର ଅଭିଜ୍ଞତା, ବିଶେଷ ଜ୍ଞାନ କୌଶଳ ଦ୍ଵାରା ଏହା ବାଘର ପାଦ ଚିନ୍ହ ନୁହେଁ ବୋଲି ସ୍ପଷ୍ଟଭାବେ କହିବା ସହ ଲୋକଙ୍କୁ ଭୟଭୀତ ନ ହେବାଲାଗି ପରାମର୍ଶ ଦେଇଥିଲେ l
ତଥାପି କ୍ୟାମେରା ରେ କଏଦ ଫୋଟ ଭିଡିଓ ଆସିବାପରେ ପୁଣିଥରେ ଏହା ଜଙ୍ଗଲୀ ବିଲେଇ ବୋଲି ସ୍ପଷ୍ଟ କରିଛି ବାଲିଗୁଡା ବନବିଭାଗ l ଡ଼ିଏଫଓବିଶ୍ୱ ରାଜ ପଣ୍ଡା ଓ ରେଞ୍ଜର ଉଦିତ ଙ୍କ କାର୍ଯ୍ୟ ବେଶ ପ୍ରଶଂସନୀୟ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories