ଆଠଗଡ କୋର୍ଟରେ ଦୁଇତଳ ପ୍ରସାଦ କୋର୍ଟ ଘର ପାଇଁ ଶୁଭ ପ୍ରଦାନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

Udaya_Labanya | June 3, 2023 | 35 views |0 | Breaking News , District

ଆଠଗଡ ( ଉଲ୍ଲାପ୍ର )ଓଡିଶା ଉଚ୍ଚନ୍ୟାାଳୟର ମାନ୍ୟବର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଏସ. ମୁରଲିଧରନ ଆଠଗଡ ଓ ତିଗିରିଆ ଗସ୍ତରେ ଆସିଥିଲେ।ତାଙ୍କ ସହ ନ୍ୟାୟମୁର୍ତ୍ତି ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ,କଟକ ଜିଲ୍ଲା ଓ ଦୌରୀଜଜ ମାନ୍ୟବର ବିଚାରପତି ସୌମେନ୍ଦ୍ର ରାଜଗୁରୁ ମଧ୍ୟ ଗସ୍ତରେ ଆସିଥିଲେ।ତିଗିରିଆ ଠାରେ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ର ନୂତନ ଗୃହର ଉଦଘାଟନ କରିଥିଲେ।ପରେ ଆଠଗଡ ଗସ୍ତରେ ଆସି ନୂତନ କୋର୍ଟ ଗୃହ ଓ ଓକିଲ ସଂଘ୍ ର ନୂତନ ଗୃହର ଶିଳାନ୍ୟାସ କରିଥିଲେ। ଏହି ଉପଲକ୍ଷେ ସ୍ଥାନୀୟ ଆଇନଜୀବି ଓ ବିଚାରବିଭାଗୀୟ କର୍ମଚାରୀ ମାନଙ୍କ ଏକ ସମାରୋହକୁ ମାନ୍ୟବର ମୁଖ୍ୟ ବିଚାରପତି ମୂରଲୀଧରନ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।ଏହାପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।ଏହି ସମାରୋହରେ ଓଡ଼ିଶା ଉଚ୍ଚନ୍ୟାୟାଳୟ ର ମାନ୍ୟବର ବିଚାରପତି ତଥା କଟକ ଜିଲ୍ଲାର ପ୍ରଶାସନିକ ଜଜ ଶୁଭାଶିଷ ତଲପଦ୍ର ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ।ଏହି ସମାରୋହରେ ଜେଏମ ଏଫ ସି ଶ୍ରୀମତୀ  ସମ୍ବେଦନା ସନ୍ଦୀପ ସଂଯୋଜନା କରିଥିବା ବେଳେ ଜିଲ୍ଲା ଜଜ  ସୌମେନ୍ଦ୍ର ନାରାୟଣ ନନ୍ଦ, ଆଠଗଡ ଓକିଲ ସଂଘ ସଭାପତି ଜଗଡାନନ୍ଦ ତ୍ରିପାଠୀ ପ୍ରମୁଖ ନିଜନିଜର ବକ୍ତବ୍ୟ ରଖିଥିଲେ।ଏହି ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ଆଠଗଡ ର ସିଭିଲ ଜଜ ମହାଶ୍ୱେତା ପରିଜା,ଉପଖଣ୍ଡ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଏସ.କୁନମୁନ ଆଚାରି, ଅତିରିକ୍ତ ଜିଲ୍ଲା ଜଜ ଆଠଗଡ଼ ନ୍ୟାୟ ମୂର୍ତି ପ୍ରଦୀପ୍ତ କୁମାର ସାହୁ,ରାସ୍ତା ଓ ଗୃହନିର୍ମାଣ ଵିଭାଗ ଚାରବାଟିଆ ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପକୁମାର ମହାନ୍ତି,ରାସ୍ତା ଓ କୋଠାବାଡ଼ି ବିଭାଗ ଆଠ ଗଡ ର ନିର୍ବାହୀ ଯନ୍ତ୍ରୀ ଦିନେଶକୁମାର ସାହୁ ପ୍ରମୁକ ଯୋଗଦେଇଥିଲେ।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories