ସାନ ଭାଇ ର ଟାଙ୍ଗିଆ ଚୋଟ ରେ ବଡ଼ଭାଇ ମୃତ

ଫୁଲବାଣୀ (ସୁନୀଲ ପଟନାୟକ )
ଭାଇ ହେଲା ଭଗାରୀ lସାମାନ୍ୟ କଳି ରୁ ବିବତ୍ସ ହତ୍ୟା l
ସାନ ଭାଇ ର ଟାଙ୍ଗିଆ ଚୋଟ ରେ ବଡ଼ ଭାଇ ର ମୃତ୍ୟୁ lଏଭଳି ଘଟଣା ଘଟିଛି ଫିରିଙ୍ଗିଆ ଥାନା ଅଂଚଳ ରେ l
ଖବରରୁ ଜଣାପଡିଛି ଯେ, ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡ଼ିମିରିଗୁଡା ଗ୍ରାମର ନରେନ୍ଦ୍ର ବିନ୍ଧାଣି ଓତାଙ୍କ ଭାଇ କର୍ଣ ବିନ୍ଧାଣି ଙ୍କ ମଧ୍ୟରେ ସୋମବାର ରାତିରେ କୌଣସି କାରଣ ରୁ ପାଟିତୁଣ୍ଡ ହୋଇଥିଲା l ପାଟିତୁଣ୍ଡ ଶୁଣି ପରିବାର ଓ ସାଇପଡିଶା ପହଂଚି ବୁଝାସୁଝା କରିବାସହ ଅଲଗା କରିଥିଲେ l ଏହାପରେ ନରେନ୍ଦ୍ର ଖାଇପିଇ ବାହାରେ ଖଟ ପକାଇ ଶୋଇଥିଲେ l ତେବେ, କର୍ଣ ବିନ୍ଧାଣି ଆସି ନରେନ୍ଦ୍ର କୁ ଟାଙ୍ଗିଆ ରେ ହାଣି କେଉଁଆଡ଼େ ଫେରlର ହୋଇଯାଇଥିଲା l ନରେନ୍ଦ୍ର ଙ୍କ ସ୍ତ୍ରୀ ଏହା ଦେଖି ପାଟି କରି ଡାକିଥିଲେ ସମସ୍ତଙ୍କୁ lପରିବାରଲୋକେ ନରେନ୍ଦ୍ର ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ l ଘଟଣା ସ୍ଥଳରେଏକ ଟାଙ୍ଗିଆ ପଡ଼ିଛି l ମୃତ ନରେନ୍ଦ୍ରଙ୍କ ପୁଅ ଅକ୍ଷୟ ଏ ନେଇ ଫିରିଙ୍ଗିଆ ଥାନାରେ ଏତେଲା ଦେଇଛି l କକା କର୍ଣ ବିନ୍ଧାଣି ବାପାଙ୍କୁ ହତ୍ୟା କରିଥିବା ନେଇ ଉଲ୍ଲେଖ କରିଛିl ପୋଲିସ ଏତେଲା ପାଇ ଘଟଣା ର ତଦନ୍ତ କରୁଛି l