ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 18 views |0 | Breaking News , District


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ ଚାଲିଥିବା ଫାଇପ ଟି ସ୍କୁଲକୁ ଗ୍ରସ୍ତକରି ନିର୍ମାଣଧୀନ କାର୍ଯ୍ୟନିୟମିତ ତଦାରଖ କରିବା ଫଳରେ ଉଚ୍ଚମାନ ର କାର୍ଯ୍ୟ ହୋଇଥିଲା l
ସେହିପରି ବାଲିଗୁଡା ଏନ ଏ ସି ନିର୍ବାହୀ ଅଧିକାରୀ ଦାଇତ୍ୱ ରେ ରହିଥିବାରୁ ଏନଏ ସି ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କିଭଳି ଉଚ୍ଚ ମାନର ହେବ ସେନେଇ ପ୍ରତିଦିନ ତଦାରଖ କରୁଛନ୍ତି l ସେହିପରି ଉପ ଜ଼ିଲ୍ଲାପାଳ ବିଭିନ୍ନ ସମୟ ରେ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିବା ସହ ଉଚ୍ଚ ବିଦ୍ୟାଳୟ ଗୁଡିକ ମଧ୍ୟ ଗସ୍ତକରି ଅନ୍ତେବାସୀ ଙ୍କ ସହିତ ଭାବର ଆଦାନ ପ୍ରଦାନ କରିବା ସହିତ ପାଠ ପଢାଉଥିବା ର ମଧ୍ୟ ଦେଖିବାକୁ ମିଳିଛି l ଯେ କେହି ସାଧାରଣ ଜନତା ଉପଜ଼ିଲ୍ଲାପାଳ ଙ୍କୁ ଦେଖା କରିବାକୁ ଗଲେ ଜନ ସାଧାରଣ ଙ୍କ ଗୁହାରି ଶୁଣୁଛନ୍ତି ଏବଂ ସମସ୍ୟା ର ସମାଧାନ କରୁଥିବା ରୁ ବାଲିଗୁଡାବାସୀ ଉପଜ଼ିଲ୍ଲା ପାଳ ଙ୍କ ଭଳି ଅଫିସର ଙ୍କୁ ପାଇ ବେଶ ଖୁସି ପ୍ରକଟ କରିଛନ୍ତି ଏବଂ ଉଚ୍ଚ ପ୍ରଶଂସା କରୁଛନ୍ତି, ଅନ୍ୟପଟେ ଦୁର୍ନୀତି ଗ୍ରସ୍ତ ଠିକାଦାରଓ ସରକାରୀ କର୍ମଚାରୀ, ଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 9 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories