ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର

Udaya_Labanya | June 7, 2023 | 18 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ ଭାରତୀୟ ମହିଳା କ୍ରିକେଟ ଟିମ ସହ ହଂକଂ ଗସ୍ତ କରି ସେଠାରେ ଆୟୋଜିତ ଏସୀୟା କପ ଚାମ୍ପିଅନସିପରେ ଭାଗ ନେବେ l
ତାଙ୍କର ଖେଳ ପ୍ରତି ଅନୁରାଗ, ନିଷ୍ଠା, ଆନ୍ତରିକତା, ଅଭିଜ୍ଞତା, ଓ ଆଗ୍ରହ କୁ ଦୃଷ୍ଟିରେ ରଖି ଏହି ନିଯୁକ୍ତି ଦିଆଯାଇଥିବା ଜଣାପଡିଛି l
ଏଥି ପାଇଁ ସେ ଓ ସିଏ ସଭାପତି ପ୍ରଣବ ପ୍ରକାଶ ଦାଶ, ସମ୍ପାଦକ ସଞ୍ଜୟ ବେହେରା ଓ ବି ସିସି ଆଇ କତୃପକ୍ଷ ଙ୍କୁ କୃତଜ୍ଞତା ଜଣାଇଛନ୍ତି l

ଶିବ ପ୍ରସାଦ ତ୍ରିପାଠୀ ଙ୍କ ଏହି ନିଯୁକ୍ତି ଯାହାକି କନ୍ଧମାଳ ଜିଲ୍ଲା ପାଇଁ ଏକ ଗୌରବ ନିଶ୍ଚୟ l ଜିଲ୍ଲା କ୍ରୀଡ଼ା ସଙ୍ଘ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ଙ୍କ ଆଗ୍ରହ, ନିଷ୍ଠାପର ଉଦ୍ୟମ, ଆନ୍ତରିକତା, ଯୋଗୁଁସମ୍ଭଵ ହୋଇଥିବା କୁହାଯାଉଛି l କନ୍ଧମାଳ
ଜିଲାରେ କ୍ରୀଡାର ବିକାଶ ଦିଗରେ ସମ୍ପାଦକ ତ୍ରିପାଠୀ ଙ୍କ ଉଦ୍ୟମଅତ୍ୟନ୍ତ ପ୍ରଶଂସନୀୟ l ଜିଲାର ଗ୍ରାମାଞ୍ଚଳ ରୁ ଆରମ୍ଭ କରି ସହରାଂଚଳଯାଏ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ସହ ସେମାନଙ୍କ ତାଲିମ ବ୍ୟବସ୍ଥା କରୁଛି ଜିଲ୍ଲା କ୍ରୀଡ଼ା ସଙ୍ଘ l
ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜର ନିଯୁକ୍ତି ଖବର ଶୁଣିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟିଛି l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories