ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ ଲୋକେ

Udaya_Labanya | June 8, 2023 | 29 views |0 | Breaking News , District


ଫୁଲବାଣୀ(ସୁନୀଲ ପଟନାୟକ )
ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ ବୋଲି ସନ୍ଦେହ କରି ଏମାନଙ୍କୁ ଧରି ନିରଧୂମ ଛେଚିବା ସହ ଶେଷରେ ପୋଲିସ ରେ ଜିମା ଦେଇଥିଲେ l
ଏଭଳି ଘଟଣା ଘଟିଛିକନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ପାଙ୍ଗା ଉପରସାହି ପଂଚାୟତ ର ବଲିଗଟା ଗ୍ରାମରେ l
ନକଲି ପୋଲିସ ସାଜି ଏହି ଗ୍ୟାଙ୍ଗ ଗତ କିଛି ମାସ ହେଲା ଫିରିଙ୍ଗିଆ ଥାନାଅଧିକାରୀ ତପନ କୁମାର ନାହାକ ଓ ପୋଲିସ କର୍ମଚାରୀ ଙ୍କୁ ଅଯଥା ବଦନାମ କରି ଆସୁଥିଲେ l
ଏପରିକି ସମ୍ପୃକ୍ତ ଅଂଚଳ ରଲୋକେ ଥାନାଧିକାରୀ ନାହାକ ଏପରି ହଇରାଣ ହରକତ କରୁଥିବା ନେଇ ଏସପି ଙ୍କୁ ଭେଟି ଅଭିଯୋଗ କରିଥିଲେ ଯାହାକି ସମ୍ପୂର୍ଣ ମିଥ୍ୟା ଥିଲା l
ତେବେ ବିଳମ୍ବରେ ହେଲେ ବି ସତ ପଦାକୁ ଆସିଲା l
ଖବରପାଇ ଫିରିଙ୍ଗିଆ ପୋଲିସ ଘଟଣା ସ୍ଥଳ ରେ ପହଂଚି ଲାଲ ବତୀ ଲାଗିଥିବା ଏକ ବୋଲେରୋ ସମେତ ୬ ଜଣ ନକଲି ପୋଲିସ କୁ ଗିରଫ କରିବାରେ ସଫଳ ହୋଇଥିଲା l
ସେମାନଙ୍କ ନିକଟରୁ କିଛି ମାରଣାସ୍ତ୍ର ଜବତ କରିଛି ପୋଲିସ l
ଗିରଫ ୬ ଜଣ ଙ୍କ ମଧ୍ୟରୁ ପାଙ୍ଗା ଅଂଚଳ ର କିଛି ଯୁବକ ଥିବା ବେଳେ ଜିଲ୍ଲା ବାହାର ର କିଛି ଥିବା ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି l
ଏହି ଅଭିଯୁକ୍ତ ମାନଙ୍କ ସଠିକ ପରିଚୟ ମିଳିନଥିବା ବେଳେ ପୋଲିସ କେଉଁ କେଉଁ ଅଂଚଳ ରେ ଲୋକଙ୍କୁ ଡରାଇ କେତେ ଟଙ୍କା ଆଦାୟ କରିଛି, ଆଉସୁନା ଗହଣା କଣ ଲୁଟପାଟ କରିଛନ୍ତି, ତାକୁ କେଉଁଠି ବିକ୍ରୀ କରିଛନ୍ତି ସବୁ ତଥ୍ୟ ସଂଗ୍ରହ କରୁଛି l
ଏହି ନକଲି ପୋଲିସ ଧରାପଡ଼ିବା ପରେ ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ ବଢିଛି ନିଶ୍ଚୟ l
ଫିରିଙ୍ଗିଆ ଥାନା ଅଧିକାରୀ ଭାବେ ଯୋଗ ଦେବା ପରଠାରୁ ଥାନା ଅଧିକାରୀ ନାହାକ ଗଂଜେଇ ଚୋରା ଚାଲାଣ ରୋକିବା ରେ ପ୍ରମୁଖ ଭୂମିକା ଗ୍ରହଣ କରି ଉପରିସ୍ଥ ଅଧିକାରୀ ଓ ଲୋକଙ୍କ ପ୍ରଶଂସା ସାଉଁଟିଛିl ସେହିପରି ପେଟ୍ରୋଲିଙ୍ଗ କୁ କଡ଼ାକଡିକରି ଅଂଚଳ ବାସୀଙ୍କୁ ସୁରକ୍ଷା ଯୋଗାଇଦେବା ସହ ଅସାମାଜିକ କାର୍ଯ୍ୟ କଳାପ ଦମନ କରିଛି ଫଳରେ ପୋଲିସ ଓ ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ହୋଇଥିବା ଦେଖିବାକୁମିଳିଛି l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories