ନୂଆପାଟଣା ବୌଦ୍ଧ ସଂଘ ଦ୍ୱାରା ଶାନ୍ତିପୂର୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା

Udaya_Labanya | June 10, 2023 | 47 views |0 | Breaking News , District

l

ନୂଆପାଟଣା ( ଉଲ୍ଲାପ୍ର )ଶୁକ୍ରବାର ସନ୍ଧ୍ୟା ୭ ଘଟିକା ୩୦ ମିନିଟ ସମୟରେ ଐତିହାସିକ ବୋଧିବୃକ୍ଷ ବୋଧିଦ୍ରୁମ ବୁଦ୍ଧ ବିହାର ଠାରେ ନୂଆପାଟଣା ବୋୖଦ୍ଧ ସଂଘ ତରଫରୁ ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ସ୍ମୃତିଚାରଣ ଓ ଆହାତ ବ୍ୟକ୍ତିମାନଙ୍କର ଆଶୁ ଆରୋଗ୍ୟ କାମନା କରି ଏକ ମହମବତୀ ଶୋଭାଯାତ୍ରା କରାଯାଇଛି l ସଂଗଠନର
ସଭାପତି ରଙ୍ଗାଧର ପାତ୍ର ,ସମ୍ପାଦକ ସୁଦାମ ଚରଣ ବର୍ଦ୍ଧନ, ମୁଖ୍ୟ ସଞ୍ଚାଳକ ନିରଞ୍ଜନ ମହାପାତ୍ର, କୋଷାଦକ୍ଷ ସଦାନନ୍ଦ ପାତ୍ର, ସୁଶାନ୍ତ ପାତ୍ର, ନିରାକାର ମହାପାତ୍ର , ଦିଲୀପ ପାତ୍ର ଏବଂ ଅନ୍ୟ ଉପାସକ ଉପସିକା ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ l ମୁଖ୍ୟ ଅତିଥି ଭାବେ ପ୍ରଦ୍ୟୁମ୍ନ ସାହୁ ( ଇଣ୍ଡିଆନ ଆର୍ମି ),ସମ୍ନାନୀତ ଅତିଥି ଭାବେ ଅଜନ୍ତା ଆର୍ଟ ସ୍କୁଲ ନୂଆପାଟଣା ର ପ୍ରଧାନ ଶିକ୍ଷକ ବିମଳ ମୋହନ ଦାସ ଉପସ୍ଥିତ ରହିଥିଲେ l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories