୫-ଟି ସଚିବଙ୍କ ଦାରିଙ୍ଗବାଡି ଗସ୍ତ ପାଇଁ ତଦାରଖ କଲେ କନ୍ଧମାଳ ଏସ ପି

Udaya_Labanya | June 13, 2023 | 13 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ମାସ ୧୬ ତାରିଖରେ ୫-ଟି ସଚିବ ଭିକେ ପାଣ୍ଡିଆନ କନ୍ଧମାଳ ଜିଲ୍ଲା ଗସ୍ତରେ ଆସୁଥ‌ିବା ବେଳେ ୧୭ ତାରିଖରେ ୫-ଟି ସଚିବ ଦାରିଙ୍ଗବାଡ଼ି ଆସିବାର କାର୍ଯ୍ୟକ୍ରମ ରହିଛି । ଏଥ‌ିପାଇଁ ଦାରିଙ୍ଗବାଡ଼ିରେ କିଛି କାର୍ଯ୍ୟକ୍ରମରେ ସଚିବ ଯୋଗଦେବା ସହିତ କିଛି ସରକାରୀ କାର୍ଯ୍ୟାଳୟ ପରିଦର୍ଶନ କରିବା ନେଇ ସୂଚନା ମିଳିଛି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ୫-ଟି ସଚିବ ଙ୍କ ଗସ୍ତ ନେଇ କନ୍ଧମାଳ ଏସ ପି ଶୁଭେନ୍ଦୁ ପାତ୍ର ରାଶିପଦା ସ୍ଥିତ ହେଲିପ୍ୟାଡ ରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିବା ବେଳେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ରଣଜିତ ,ବିଡିଓ ଗଦାଧର ପାତ୍ର, ତହସିଲଦାର ଡଃ ଅଶୋକ ଦାସ, ଥାନା ଅଧିକାରୀ କୌଶିକ ମାଝୀ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ପ୍ରମୁଖ ରାଶି ପଦା କଲେଜ ପଡିଆ ଠାରେ ପହଞ୍ଚି ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ସହିତ କାର୍ଯ୍ୟର ତଦାରଖ କରି ଥିବା ଜଣାପଡ଼ିଛି।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories