କଟକରେ ବିଦୁତ ବିଭ୍ରାଟ ଘଟଣାରେ ବିଜେପିର ଅଭିନଵ ବିକ୍ଷୋଭ

Udaya_Labanya | June 14, 2023 | 29 views |0 | Breaking News , District , Politics

କଟକ ( ଉଲ୍ଲାପ୍ର )ଓଡିଶା ବିଜେପିର ସଭାପତି ଶ୍ରୀ ମନମୋହନ ସାମଲଙ୍କ ରାଜ୍ୟ ବ୍ୟାପି ବିକ୍ଷୋଭ ଡାକରା ଅବସରରେ କଟକ ନଗର ବିଜେପି, ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ 14 ଜୁନ ଦିବା 11ଘଟିକାରେ ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ସହ ରାଣୀହାଟ ଘଣ୍ଟା ଘର ଛକ ପାଖରେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ଯାଇ ରାଣୀ ହାଟ ଏକଜିଉଟିଭ ଇଞ୍ଜିନିଅର ଅଫିସ (ଟାଟା ପାୱାର ଅଫିସ ) କୁ ହାତରେ ବିଞ୍ଚ୍ଛଣା ଓ ଲଣ୍ଠନ ଧରି ଅଭିନଵ ଢଙ୍ଗରେ ଆନ୍ଦୋଳନ କରିଥିଲା .ରାଜ୍ୟର ମିଛୁଆ ନବୀନ ସରକାରଙ୍କ ଅହେତୁକ ଟାଟା ପ୍ରୀତିର ଫଳ ସ୍ୱରୂପ ରାଜ୍ୟ ତଥା କଟକ ପ୍ରବଳ ଗ୍ରୀଷ୍ମ ନିଆଁ ରେ ଜଳୁଥିବା ବେଳେ ବାରମ୍ବାର ବିଜୁଳି କାଟ ଯୋଗୁଁ, ଜଳ ଯୋଗାଣ ବ୍ୟାହତ ସଙ୍ଗେ ସଙ୍ଗେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଚଣ୍ଡ କ୍ଷତିଗ୍ରସ୍ତ ହୋଇଛି .ବିଦ୍ୟୁତ ଉତ୍ପାଦନରେ ଓଡିଶା ବଳକା ରାଜ୍ୟ ହୋଇ ମଧ୍ୟ ଓଡ଼ିଆ ଆଜି ଭ୍ରଷ୍ଟ ରାଜ୍ୟ ସରକାରଙ୍କ ଗେଲ୍ହା ପୁଅ, ମୁନାଫା ଖୋର ଟାଟା କମ୍ପାନୀ ର ଦୟାର ପାତ୍ର.ଏହି ଅଘୋଶିତ ବିଦ୍ୟୁତ କାଟ ଘଟଣାରେ ଅତ୍ୟନ୍ତ ପ୍ରତିକ୍ରିୟା ଶୀଳ ହୋଇଥିବା ସାଧାରଣ ଲୋକଙ୍କୁ ହଇରାଣ କରିବା ଚଳିବ ନାହିଁ ବୋଲି ନେତାମାନେ କହିଥିଲେ.ଏ ସବୁର ସମାଧାନ ପାଇଁ ଲୋକେ ବାରମ୍ବାର ଟାଟା ଅଫିସ କୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ସତ୍ତ୍ୱେ କର୍ମଚାରୀଙ୍କ ବେଖାତିର ଭାବ ରାଜ୍ୟ ସରକାରଙ୍କ ପ୍ରତି

ପ୍ରବଳ ଘୃଣା ଭାବ ସୃଷ୍ଟି କରିଛି.ଏ ସବୁର ସମାପ୍ତି ପାଇଁ ନବୀନ ବାବୁ ଓ ଶକ୍ତି ମନ୍ତ୍ରୀ ପ୍ରତାପ ବାବୁଙ୍କୁ ନିଶ୍ଚିତ ଜବାବ ଦେବାକୁ ପଡିବ ବୋଲି ବିଜେପି ନେତାମାନେ କହିଥିଲେ. କଟକରେ ନାହିଁ ନଥିବା ବିଦ୍ୟୁତ ଅସୁବିଧା କୁ ସମାଧାନ ପାଇଁ ଏକଜିଉଟିଭ ଇଞ୍ଜିନିଅର ଶ୍ରୀ ସଞ୍ଜୟ ମହାନ୍ତିଙ୍କ ସହ କଥା ହେବାକୁ କାର୍ଯ୍ୟକର୍ତ୍ତା ମାନେ ଜିଦ ଧରିବାରୁ ରଜ ଛୁଟିରେ ଥିବା ଶ୍ରୀ ମହାନ୍ତି ବିକ୍ଷୋଭ ସ୍ଥଳକୁ ଆସି ସମସ୍ତ ଦାବୀ ପୂରଣ କରିବାକୁ ନିର୍ଭର ପ୍ରତିଶୃତି ଦେବାରୁ ବିଜେପି କର୍ମୀ ଘଟଣା ସ୍ଥଳରୁ ଉଠିଥିଲେ. ଏଥିରେ ସର୍ବଶ୍ରୀ ନୟନ କିଶୋର ମହାନ୍ତି,ସିକନ୍ଦର ଅଲ୍ଲୀ,ବ୍ରଜେନ୍ଦ୍ର ରାୟ,ଲକ୍ଷ୍ମୀଧର ପ୍ରଧାନ , ବିଶ୍ୱରଞ୍ଜନ ମିଶ୍ର, ଭାଗିରଥି ଦଳେଇ,ମନମୋହନ ଉପାଧ୍ୟାୟ,ଦୀପକ ଦାସ,ବିଶ୍ୱଜିତ ଦାସ,ଗଗନ ଓଝା,ଲକ୍ଷ୍ମୀଧର ବେହେରା,ମହମ୍ମଦ ସବୀର,,ଚିରଞ୍ଜୀବ ଖଣ୍ଡାୟତ ରାୟ, ବିଶ୍ୱରଥୀ ସ୍ୱାଇଁ,ସତ୍ୟବ୍ରତ ମିଶ୍ର, ନିତାଇ ଗୌର ମହାନ୍ତି,ସଞ୍ଜୀବ ରଣା,ଦେବାନନ୍ଦ ସିଂ, ରତନ ମହାନ୍ତି,ସୁବାଷ ମହାନ୍ତି,ସଞ୍ଜୟ ଶଃ,ଭରତ ଜତାନିଆ,ବିମଲ ଜୈନ,କଲ୍ୟାଣୀ ମହଲା,ନମିତା ମିଶ୍ର, ଅନୁପମ ଦାସ, ସଂଗ୍ରାମ ସିଂ,ସରୋଜ ମହାରଣା, ନିରଞ୍ଜନ ବେହେରା, ଦାଶରଥୀ ବେହେରା,ଜଗଦାନନ୍ଦ ତ୍ରିପାଠୀ,ଶରତ ଭୋଳ,ସୁଶାନ୍ତ ମହାନ୍ତି,ମହମ୍ମଦ ମୁସ୍ତାକିମ, ଜୀବନ ଜ୍ୟୋତି ଦାସ, ଧୀରପ୍ରସାଦ ମହାନ୍ତି, ଧର୍ମେନ୍ଦ୍ର ଗୁପ୍ତା, ବ୍ରଜକିଶୋର ବେହେରା,ଶେଖ ସାହାବାଜ଼, ଜୁନେଦ ଖାନ, ସୁରେଶ ଜେନା,ରାକେଶ ବସ୍ତିଆ ପ୍ରମୁଖ ବିକ୍ଷୋଭ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ.

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories