ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ : ମନ୍ଦିର ମେଡିକାଲ ପରିଦର୍ଶନ ସହ ବିଭିନ୍ନ ଅଭିଯୋଗ ପରଖିଲେ

Udaya_Labanya | June 17, 2023 | 47 views |0 | Uncategorized

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ।ଏହା ପରେ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ୫-ଟି ରେ ଅନ୍ତର୍ଭୁକ୍ତ କରିବା ସହିତ ଚିକିତ୍ସାଳୟରେ ଥିବା ମା’ ଶିଶୁ ସ୍ୱତନ୍ତ୍ର କକ୍ଷ ଗୃହ ନିମନ୍ତେ କିଛି ସରକାରୀ ସହାୟତା ପାଇଁ ସୁପାରିଶ କରିବେ ବୋଲି କହିଥିଲେ l ୫-ଟି ସଚିବ ଙ୍କୁ ବାଲିଗୁଡା ଅଞ୍ଚଳର ପ୍ରତ୍ୟେକ ପଞ୍ଚାୟତ ର ବିଭିନ୍ନ ସମସ୍ୟା ଗୁଡ଼ିକ ଜଣାଇବା ନିମନ୍ତେ କୋଟଗଡ଼, ତୁମୁଡ଼ିବନ୍ଧ, କ.ନୂଆଗାଁ ଓ ବାଲିଗୁଡ଼ା ଏହିପରି 4 ଗୋଟି ବ୍ଲକର ମିଶନ ଶକ୍ତି ମହିଳା ମାନଙ୍କ ସହିତ ପୁରୁଷ ମାନେ ମଧ୍ୟ ଉପସ୍ଥିତ ରହି ନିଜ ନିଜ ଗ୍ରାମର ସମସ୍ୟା ଜଣାଇଛନ୍ତି l ପରେ ସେ ବାଲିଗୁଡ଼ା ମିନି ଷ୍ଟାଡିୟମକୁ ଯାଇ ମିଶନ ଶକ୍ତିର ଏସ୍ଏଚଜି ଗ୍ରୁପ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ । ବାଲିଗୁଡ଼ା ଉପଖଣ୍ଡ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ ଗ୍ରହଣ କରିବା ସହିତ ଅଞ୍ଚଳରେ ସମସ୍ୟା ଗୁଡିକ ନିଶ୍ଚିତ ଆଲୋଚନା ଭୁକ୍ତ ପୂର୍ବକ ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ।୫-ଟି ସଚିବଙ୍କ ସମେତ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, କ୍ରୀଡା ସଚିବ ଭିନେଲ କ୍ରିଷ୍ଣା, କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ, ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର ରଂଜିତ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର, ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଙ୍କ ସମେତ ସମସ୍ତ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share this

Related Posts

ଘର ସମ୍ମୁଖ ରୁ ବାଇକ୍ ଚୋରୀ

Udaya_Labanya | September 11, 2023 | 36 views |0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି lଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lଟାଉନ୍ ଥାନା ପୋଲିସ ର ହୁଗୁଳl…

ଗାଡି ଆଗରେ ବାଘ, ଫୋଟୋ କ୍ଲିକ କଲେ…

Udaya_Labanya | June 17, 2023 | 14 views | 0

ଫୁଲବାଣୀ (ପି ଏନ ଏସ )ଗାଡି ଆଗରେହଟାତ ବାଘ ଦେଖିଲେ ଯେ କେହି ବି ନର୍ଭସ ହେଇଯିବl ସ୍ୱଭାବିକ l ହେଲେ ଗାଡିଚାଳକ ଜଣକ ଗାଡି ଆଗରେ ଥିବା ବାଘ ର ଫୋଟୋ କ୍ଲିକ କରି ସାହସ ଦେଖାଇଛନ୍ତି lଏଭଳି ଦୃଶ୍ୟ…

Leave a Reply

Your email address will not be published. Required fields are marked *

Archives

Categories