ଫୁଲବାଣୀ ରେ ରଥଯାତ୍ରା ଅନୁଷ୍ଠିତ

Udaya_Labanya | June 21, 2023 | 18 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ରେ ପବିତ୍ର ରଥ ଯାତ୍ରା ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇଛି l
ଠାକୁରଙ୍କୁ ଦର୍ଶନ କରିବା ସହ ରଥ ଟାଣିବା ପାଇଁ ଫୁଲବାଣୀ ସହର ସମେତ ଆଖପାଖ ଅଂଚଳ ର ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା l
ସକାଳୁ ସକାଳୁ ମଙ୍ଗଳ ଆଳତିସହ
ମଇଲମ, ରୋଷ ଘର ହୋମ, ପରେ ସୂର୍ଯ୍ୟ ଦେବ ପୂଜା, ଅବକାଶ ଓ ଦ୍ୱାରପାଳ ପୂଜା, ଅନୁଷ୍ଠିତ ହୋଇଥିଲା lପରେ ତିନି ଠାକୁରଙ୍କୁ ପହଣ୍ଡିବିଜେ କରାଯଇଥିଲା l
ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଛେରାପହଁରା କରିଥିଲେ l
ଦିନ ଦୁଇଟା ବେଳେ ରଥ ଟଣା ଆରମ୍ଭ ହୋଇଥିଲା l
ଏହି ଅବସରରେ ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଏସ ପି ଭିନୀତ ଅଗ୍ରୱାଲ, ଉପଜିଲାପାଳ ଶେଷ ଦେବ ମିଶ୍ର, ଜଗନାଥ ମନ୍ଦିର ପରିଚାଳନା କମିଟି ସଭାପତି ସୁନାସିର ମହାନ୍ତି, ସମ୍ପାଦକ ଆଇନଜୀବୀ, ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା, ପୌ ରାଧ୍ୟକ୍ଷାସ୍ମିତା ରାଣୀ ମହାନ୍ତି, ନିର୍ବାହୀ ଅଧିକାରୀ ବଳ ଦେବ ବେହେରା ପ୍ରମୁଖ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ଵ୍ୟକ୍ତି ଗଣ ମାଧ୍ୟମ ପ୍ରତିନିଧି, ପ୍ରମୁଖ ଯୋଗ ଦେଇଥିଲେ l
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୃତୟନ ହୋଇଥିଲା lନଟ ରାଜ କଳା ମନ୍ଦିର କଳାକାର ମାନେ ରଥ ସମ୍ମୁଖରେ ସୁନ୍ଦର ତଥା ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ଲୋକଙ୍କ ମନ ମୋହିଥିଲେ l lସେହିପରି ଜିଲାର ବିଭିନ ସ୍ଥାନରେ ରଥଯାତ୍ରା ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହୋଇଥିଲା
ପାଗ ଅନୁକୂଳ ଥିବାରୁ ରଥ ଯାତ୍ରା ଦେଖିବାଲାଗି ଭକ୍ତ ଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories