ବାଲିଗୁଡାରେ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Udaya_Labanya | June 21, 2023 | 12 views |0 | Breaking News , District


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ‘କର ଯୋଗ, ରୁହ ନିରୋଗ’। ଯୋଗ, ଶାରିରୀକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ। ପ୍ରତିଦିନ ଯୋଗ ଅଭ୍ୟାସ ଦ୍ୱାରା ଆମ ମନ ଶାନ୍ତ ରହିବା ସହ ଶରୀରକୁ ସୁସ୍ଥ ଓ ଶକ୍ତି ମିଳିଥାଏ। ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଯୋଗ ଏକ ସୁନ୍ଦର ଉପଚାର। ତେଣୁ ଯୋଗ କରି ନିରୋଗୀ ହେବା ପାଇଁ ଆନ୍ତର୍ଜାତୀୟ ଯୋଗ ଦିବସର ଏକ ବାର୍ତ୍ତା ବୋଲି ବାଲିଗୁଡା ସ୍ଥିତ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ଏକ ଯୋଗ ଶିବିର ରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି l ଏଥିରେ ଅତିଥି ଭାବେ ୧୨୭ ସିଆରପିଏଫ ର ଦ୍ୱିତୀୟ କମାଣ୍ଡ ଅଧିକାରୀ ସୁବ୍ରତ ନାୟକ, ଡେପୁଟି କମlଡେଣ୍ଟ ବିପିନ କୁମାର ଓ ନିରୀକ୍ଷକ ମାନସ ସୁନ୍ଦରାୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଆଚାର୍ଯ୍ୟ କୈଳାସ ଚନ୍ଦ୍ର ମହାରଣା, ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ଏବଂ ଜବାନଙ୍କ ଉପସ୍ଥିତ ରେ ନବମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ସିଆରପିଏଫ କ୍ୟାମ୍ପ ପରିସରରେ ପାଳିତ ହୋଇଯାଇଛି l ପ୍ରମୁଖ ଅତିଥି ମାନେ ଯୋଗ ଦେଇ ଯୋଗର ପ୍ରକାର ଭେଦ ଉପରେ ଆଲୋକପାତ କରିଥିଲେ। ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଜାଗରଣ ପାଇଁ ଯୋଗର ଭୂମିକା ସମ୍ବନ୍ଧରେ ବୁଝାଇଥିଲେ। ଯୋଗର ଉତ୍ପତିସ୍ଥଳ ଏହି ଭାରତ ବର୍ଷ। ବିଶ୍ୱସ୍ତରରେ ଏହି ଯୋଗ ଦିବସ ପାଳନ ପାଇଁ ଭାରତରୁ ହିଁ ଉଦ୍ୟମ ଆରମ୍ଭ ହେଇଥିଲା, ବିଶ୍ୱକୁ ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଅବଦାନ ଯୋଗ ବୋଲି ଅତିଥି ମାନେ ମତବ୍ୟକ୍ତ କରି ଛାତ୍ର ଛାତ୍ରୀ ଓ ଜବାନ ମାନଙ୍କୁ ଯୋଗାଭ୍ୟାସ କରାଇଥିଲେ ।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories