କନ୍ଧମାଳର ଦୁର୍ଗମ ତଥା ମାଓ ଅଞ୍ଚଳକୁ ସ୍ଥାୟୀ ପକ୍କା ରାସ୍ତା, ଗ୍ରାମବାସୀ ଖୁସ
Udaya_Labanya | June 26, 2023 | 21 views |0 | Breaking News , District
ଫୁଲବାଣୀ( ସୁନୀଲପଟନାୟକ)
ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଆର୍ଥୀକ ସହାୟତାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ପ୍ରଧାନ ମନ୍ତ୍ରୀ ଗ୍ରାମସଡକ ଯୋଜନା ରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ମାଓ ଇଲାକାରେ ଥିବା ଗ୍ରାମଗୁଡିକୁ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ କରାଯାଇ ଗମନାଗମନର ସୁବ୍ୟବସ୍ଥା କରାଯାଉଛି। ବିଶେଷକରି ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ ଏ ସବୁରାସ୍ତାକାମ ହାତକୁ ନିଆଯାଉଥିବା ଦେଖିବାକୁ ମିଳିଛି । ଜିଲ୍ଲାର ଖଜୁରିପଡ଼ା ବ୍ଳକର ସୁଡ୍ରୁ
କୁମ୍ଫା ଜାତୀୟ ରାଜପଥ ୧୫୭ ରୁ ମାଓ ଇଲାକା ଭାବେ ପରିଚିତ ଜାଣମେଣିକୁ ପ୍ରାୟ ୬.୫ କିମି ରାସ୍ତା ନିର୍ମାଣ କାର୍ଯ୍ୟ ସରିଛି lଫଳରେ ଗମନା ଗମନ ର ସୁ ବ୍ୟବସ୍ଥା ହୋଇପାରିଛି l
ଏକଦା ଘଞ୍ଚ ଜଙ୍ଗଲ ଓ ପାହାଡ଼ ଅତିକ୍ରମ କରି ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ଜୀବନକୁ ବାଜୀ ଲଗାଇ ଯା ଆସ କରୁ ଥିଲେ। ସାଇକଲ କିମ୍ବା ମୋଟରସାଇକଲ ରେ ଯିବାଆସିବା କରିବା କଷ୍ଟସାଧ୍ୟ ହୋଇପଡୁଥିଲ। ଏହି ଅଂଚଳ କୁ l ଚାରିଚକିଆ ର ପ୍ରଶ୍ନ ନ ଥିଲା। ଫଳରେ କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସ ଆସିପାରୁନଥିଲ।ଫଳରେ ଲୋକେ ଖଟ କିମ୍ବା ଦୋଳାରେ ଗର୍ଭବତୀ ମହିଳା ଓ ଅନ୍ୟ ବୃଦ୍ଧବୃଦ୍ଧାଙ୍କୁ ଡାକ୍ତରଖାନାଆଣୁଥିଲେ । ସ୍ଥାୟୀ ରାସ୍ତା ପାଇଁ ଦୀର୍ଘବର୍ଷ ହେଲା ଗ୍ରାମବାସୀ ଦାବୀ କରୁଥିଲେ ମଧ୍ୟ ମା ଓ ବାଦୀଙ୍କ ଚଳପ୍ରଚଳ ଯୋଗୁଁ ରାସ୍ତାକାମ ହୋଇପାରୁ ନ ଥିଲା। ତେବେ ବର୍ତ୍ତମାନର ଗ୍ରାମ୍ୟ ନିର୍ମାଣ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଙ୍କ କାର୍ଯ୍ୟଦକ୍ଷତା,ନିଷ୍ଠା, ଆନ୍ତରୀକତା, ଓ ଉଦ୍ୟମ ଯୋଗୁଁ ଦୁର୍ଗମ ଓ ମାଓ ଅଞ୍ଚଳ ଜାଣମେଣିକୁ ସ୍ଥାୟୀ ପିଚୁ ରାସ୍ତା ସମ୍ଭବ ହୋଇଛି ବୋଲି ଅଞ୍ଚଳବାସୀ କହିବା ସହ ଖୁସି ବ୍ୟକ୍ତ କରିଛନ୍ତି।
ସେହିପରି ଅଭିଜ୍ଞ ତଥା ବରୀଷ୍ଟ ଠିକାଦାର ଭାବେ ଜଣାଶୁଣା ପ୍ରଦୀପ୍ତ କୁମାର ରାଉତ ଙ୍କ ଦ୍ଵାରା ନିର୍ମିତ ଏହି ରାସ୍ତା କାର୍ଯ୍ୟ ବେଶ ସୁନ୍ଦର, ଓ ଆକର୍ଷଣୀୟ ହେବା ସହ ଉନ୍ନତମାନର ହୋଇଥିବା ଜଣାପଡିଛି । ନିକଟରେ ଏସ କ୍ଯୁ ଏମ ଓ ଏନ କ୍ଯୁ ଏମ ର ପ୍ରତିନିଧି ଦଳ ଏହି ରାସ୍ତା ର ମାନ ଯାଞ୍ଚ କରି ସନ୍ତୋଷ ପ୍ରକାଶମଧ୍ୟ କରିଥିଲେ l
ତେବେ, ରାସ୍ତାର ଘାଟି ଅଂଚଳ ରେ ଦୁଇ ପାର୍ଶ୍ଵ ରେ ଡ୍ରେନ ଓ ମଜଭୁତ ସାଇଡ ୱାଲନିର୍ମାଣ ର ଆବଶ୍ୟକତା ରହିଛିl ନଚେତ ବର୍ଷା ଦିନେ ପାହାଡ଼ ରୁ ପାଣି ଆସିବା ସହ ମାଟି ଅତଡ଼ା ଖସି ରାସ୍ତା ନଷ୍ଟ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି l
କନିଷ୍ଠ ଯନ୍ତ୍ରୀ,ସହକାରୀ ଯନ୍ତ୍ରୀ ଏଥି ପ୍ରତି ସତର୍କ ଦୃଷ୍ଟି ଦେବା ଲାଗି ଗ୍ରାମବାସୀ ମତ ଦେଇଛନ୍ତି ।
ଏହି ରାସ୍ତା ଦ୍ଵାରା ଦୁଇତିନୋଟି ଗ୍ରାମର ହଜାରେ ରୁ ଉର୍ଦ୍ଧ୍ଵ ଲୋକ ଉପକୃତ ହୋଇପାରିବେ ବୋଲି ଠିକାଦାର ରାଉତ କହିଛନ୍ତି।