ଫୁଲବାଣୀ ରେ ବାହୁଡା ଯାତ୍ରା
Udaya_Labanya | June 28, 2023 | 14 views |0 | Breaking News , District
ଫୁଲବାଣୀ (ସୁନୀଲ ପଟନାୟକ )
ଆଜି ଫୁଲବାଣୀ ରେ ପବିତ୍ର ବାହୁଡା ଯାତ୍ରା ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇଛି l
ରଥ ଉପରେ ୩ ଠାକୁରଙ୍କୁ ଦର୍ଶନ କରିବା ସହ ରଥ ଟାଣିବା ପାଇଁ ଫୁଲବାଣୀ ସହର ସମେତ ଆଖପାଖ ଅଂଚଳ ର ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା lରାତି ୮ଟା ବେଳେ ରଥ ମନ୍ଦିର ନିକଟରେ ପହଞ୍ଚିଥିଲା l
ସକାଳୁ ସକାଳୁ ମଙ୍ଗଳ ଆଳତିସହ
ମଇଲମ, ରୋଷ ଘର ହୋମ, ପରେ ସୂର୍ଯ୍ୟ ଦେବ ପୂଜା, ଅବକାଶ ଓ ଦ୍ୱାରପାଳ ପୂଜା, ଅନୁଷ୍ଠିତ ହୋଇଥିଲା lପରେ ତିନି ଠାକୁରଙ୍କୁ ପହଣ୍ଡିବିଜେ କରାଯଇଥିଲା l
ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଛେରାପହଁରା କରିଥିଲେ l
ଦିନ ଦୁଇଟା ବେଳେ ରଥ ଟଣା ଆରମ୍ଭ ହୋଇଥିଲା l
ଏହି ଅବସରରେ ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଏସ ପି ଉପଜିଲାପାଳ ଶେଷ ଦେବ ମିଶ୍ର, ପୌ ରାଧ୍ୟକ୍ଷାସ୍ମିତା ରାଣୀ ମହାନ୍ତି, ନିର୍ବାହୀ ଅଧିକାରୀ ବଳ ଦେବ ବେହେରା ପ୍ରମୁଖ ଙ୍କ ସମେତ ମନ୍ଦିର କମିଟି ସଭାପତିସୁନାସିର ମହାପାତ୍ର, ସମ୍ପାଦକ ହରିଶ୍ଚନ୍ଦ୍ରମହାରଣା, ଆଇନଜୀବୀ ବିଜୟ ମହାନ୍ତି, ରଜତ ମହାନ୍ତି, ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା, ସମେତ ବହୁ ମାନ୍ୟ ଗଣ୍ୟ ଵ୍ୟକ୍ତି ଯୋଗ ଦେଇଥିଲେ l
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୃତୟନ ହୋଇଥିଲା l
ସେହିପରି ଜିଲାର ବିଭିନ ସ୍ଥାନରେ ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହୋଇଥିଲା