ବିଧାୟକ ଚକ୍ରମଣି କହଁର
କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ନିଯୁକ୍ତ

Udaya_Labanya | June 28, 2023 | 11 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ବାଲିଗୁଡାଯୁବ ବିଧାୟକ ଚକ୍ରମଣି କହଁର ଙ୍କୁ ନିଯୁକ୍ତି ଦିଆଯାଇଛି l
ଫଳରେ ଜିଲାରେ ଖୁସିର ଲହରୀ ଖେଳିଯାଇଛି lସୂଚନା ଯୋଗ୍ୟ ଯେ, ପୂର୍ବରୁ ମନ୍ତ୍ରୀ ମାନଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଉଥିଲା l ତେବେ ପ୍ରଥମ କରି ଜିଲାର ବାଲିଗୁଡା ର ଯୁବ ବିଧାୟକ ଚକ୍ରମଣି କହଁର ଙ୍କୁ ଏହି ନିଯୁ କ୍ତି ମିଳିଛି l
ବିଜୁ ଜନତା ଦଳ ର ବାଲିଗୁଡା ବିଧାୟକ ଚକ୍ରମଣି କହଁର ଜଣେଦକ୍ଷ, ସଚୋଟ, ବିଧାୟକ ହୋଇଥିବା ସହ ତାଙ୍କର ଦଳ ପ୍ରତି ଅlନୁଗତ୍ୟ, କୁ ଦୃଷ୍ଟିରେ ରଖି ତାଙ୍କୁ ଏହି ନିଯୁକ୍ତି ମିଳିଛି l
ଫଳରେ ଜିଲାରେ ପୂର୍ବାପେକ୍ଷା ଅଧିକ ଉନ୍ନୟନ ମୂଳକ କାର୍ଯ୍ୟ ହେବା ସହ ଅଧିକ ଅନୁଦାନ ଆସିବ ବୋଲି କୁହାଯାଉଛି l
ନୂତନ ନିଯୁକ୍ତି ଖବର ପାଇବା ପରେ ତାଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟିଛି l
ବିଜେଡି ନେତାତଥା ଜିଲ୍ଲା ସଭାପତି ସରୋଜ କର୍ଣ, ବାଲିଗୁଡା ବ୍ଲକ ବିଜେଡି ସଭାପତି, ସମାଜସେବୀ ତଥା ସଂଗଠକ ଟୁନା ଦାଶ, କୋଟଗଡ଼ ସାଂସଦ ପ୍ରତିନିଧି ତଥା ବିଜେଡି ନେତା ମନୋଜ ସାବତ, ତୁମୁଡିବନ୍ଧ ବ୍ଲକ ବିଜେଡି ନେତା ତଥା ବ୍ଲକ ସଭାପତି ପ୍ରମୋଦ ସାହୁ, ଏସ୍ଡ଼ିସି ଅଧ୍ୟକ୍ଷ ରୋଦନ ମଲିକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ, ଜ଼ିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲିକ, ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁର, ଜି. ଉଦୟଗିରି ଏନଏ ସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ବାଲିଗୁଡା ଏନ ଏ ସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଶୁଭେଚ୍ଛା ଜଣାଇଛନ୍ତି l
ତେବେ ଦୁଇ ଦୁଇ ଥର ବିଧାୟକ ଥିବା ବରିଷ୍ଠ ବିଜେଡି ନେତା ସାଲୁଗା ପ୍ରଧାନ ଙ୍କୁ ଏହି ପଦବୀ କିମ୍ବା ମନ୍ତ୍ରୀ ପଦ ମିଳିନଥିବା ରୁ ଦାରିଙ୍ଗବାଡି ଅଂଚଳ ରେ ବିଜେଡି ଦଳୀୟ ନେତା ଓ କର୍ମୀ ମହଲ ରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 9 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories