ଓଡ଼ିଶାର ପ୍ରତି ପରିବାରକୁ ପ୍ରତ୍ୟେକ ମାସରେ ୨୦୦ ୟୁନିଟ ଦେୟମୁକ୍ତ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇ ଦେବାକୁ ଦାବୀ।

Udaya_Labanya | July 3, 2023 | 23 views |0 | Breaking News , District

ଢେଙ୍କାନାଳ ( ଉଲ୍ଲାପ୍ର )ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଶାର ସମସ୍ତ ସହର ଗାଁରେ ଆପ୍‌ର କାର୍ଯ୍ୟକର୍ତ୍ତା ଘରକୁ ଘର ବୁଲି ଓଡ଼ିଶାର ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବି କରି ୫ ଲକ୍ଷରୁ ଉର୍ଦ୍ଧ୍ବ ବିଜୁଳି ଉପଭୋକ୍ତାଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ନେଇ ଗତ ଜୁନ ୮ ତାରିଖରେ ଭୁବନେଶ୍ଵରରେ ପ୍ରତିବାଦ ସଭା କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲା। ରାଜ୍ୟ ସରକାର ଏଥିରେ କର୍ଣ୍ଣପାତ କରିବା ପରିବର୍ତ୍ତେ ବିଜୁଳି ବିତରକ ସଂସ୍ଥା “ଟାଟା କମ୍ପାନୀ ” ଦ୍ବାରା ବାରମ୍ବାର ଶୋଷଣ କରୁଛନ୍ତି। ଠିକ୍ ଏତିକିବେଳେ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ସରକାର ଅନ୍ଯ ରାଜ୍ୟରୁ ବିଜୁଳି କିଣି ୭୫% ସମସ୍ତ ବର୍ଗର ଘରୋଇ ଉପଭୋକ୍ତାଙ୍କୁ ମାସିକ ୨୦୦ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ କରିଛନ୍ତି ଓ ପଞ୍ଜାବ ସରକାର ରାଜ୍ୟର ୮୮% ଘରୋଇ ଉପଭୋକ୍ତାଙ୍କୁ ମାସିକ ୩୦୦ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ କରିଛନ୍ତି।
ଦିଲ୍ଲୀ ଓ ପଞ୍ଜାବ ସରକାର ଦେୟମୁକ୍ତ ବିଜୁଳି ଉପଭୋକ୍ତାଙ୍କୁ ଯୋଗାଇ ମଧ୍ୟ ସେମାନଙ୍କ ଋଣଭାର କମଥିବା ବେଳେ ଓଡ଼ିଶା ସରକାର ବିଦ୍ୟୁତ୍ ଦର ବଢାଇ ମଧ୍ୟ ଓଡ଼ିଶାର ଋଣଭାର ବଢ଼ି ଚାଲିଛି। ଓଡ଼ିଶା ବିଦ୍ୟୁତ ଉତ୍ପାଦନରେ ବଳକା ରାଜ୍ୟ ହୋଇ ହୋଇ ଅନ୍ୟ ରାଜ୍ୟକୁ ବିକ୍ରି କରୁଥିବା ବେଳେ ଏଠାରେ ବିଦ୍ୟୁତ ଦର ବଢାଇ ଓଡ଼ିଶାବାସୀଙ୍କୁ ଦୀର୍ଘ ଦିନ ଧରି ଶୋଷଣ କରିଚାଲିଛନ୍ତି।
ପର୍ଜଙ୍ଗ ବ୍ଲକ ମାଣିକମରା ପଞ୍ଚାୟତ କାଦପଡା, କାମାକ୍ଷାନଗର ବ୍ଲକ ଅଁଳାବେରେଣି ପଞ୍ଚାୟତ ଶାଳପଡା, ଓଡ଼ାପଡ଼ା ବ୍ଲକ ବଳରାମ ପୁର ପଞ୍ଚାୟତର ଦଳିତ ବସ୍ତିର ଲୋକମାନେ ମାସ ମାସ ଧରି ବିଜୁଳି ସେବାରୁ ବଞ୍ଚିତ ଅଛନ୍ତି। ଏପରିକି ଢେଙ୍କାନାଳ ପୌରାଞ୍ଚଳ ବିଭିନ୍ନ ଦଳିତ ବସ୍ତି, ହାଟ ରୋଡ ଦଳିତ ବସ୍ତିର ସୌଭାଗ୍ୟ ଯୋଜନାର ହିତାଧିକାରୀଙ୍କୁ ଗତ ଛମାସ ହେଲା ଟାଟା ପାଓ୍ବାର ସେମାନଙ୍କୁ ବିଦ୍ୟୁତ ସେବାରୁ ବଞ୍ଚିତ କରିଛନ୍ତି।
ଦାବି ହାସଲ ପାଇଁ ଓଡ଼ିଶାର ଆମ୍ ଆଦମୀ ପାର୍ଟି ପ୍ରତ୍ୟେକ ଜିଲ୍ଲାରେ ପ୍ରତିବାଦ କରୁଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲାରେ ଆସନ୍ତା ଜୁଲାଇ ୫ ତାରିଖ ବୁଧବାର ଦିନ ବିଜୁଳି ଆନ୍ଦୋଳନ କରିବା ପାଇଁ ସ୍ଥିର କରିଛି।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories