ବିଦ୍ୟୁତ ଆଘାତରେ କର୍ମଚାରୀ ମୃତ
Udaya_Labanya | July 7, 2023 | 14 views |0 | Breaking News , District
ଫୁଲବାଣୀ(ସୁନୀଲ ପଟନାୟକ )
ବିଦ୍ୟୁତ୍ ଆଘାତରେ ବିଦ୍ୟୁତ ବିଭାଗ କର୍ମଚାରୀ ମୃତl ମୃତ ବ୍ୟକ୍ତି ଜଣକ ହେଲେ ଜିତେନ୍ଦ୍ର ଦାସ l ଗୁରୁବାର ବିଳମ୍ବିତ ରାତିରେ ବର୍ଷା ଯୋଗୁଁ ଫୁଲବାଣୀର ପୌର ପରିଷଦ ରେ ବିଦ୍ୟୁତ୍ ନଥିବା ବେଳେ ବିଦ୍ୟୁତ୍ କାମ କରିବା ପାଇଁ ଫୁଲବାଣୀ ନାରାୟଣୀ ରୋଡ଼ ପାଖରେ ଥିବା 11 kv ବିଦ୍ୟୁତ୍ କାର୍ଯ୍ୟ କରୁଥିବା ବେଳେ ହଠାତ୍ ବିଦ୍ୟୁତ୍ ଚାର୍ଜ ହୋଇଯିବାରୁ ଜିତେନ୍ଦ୍ର ଦାସ୍ ନାମକ ବିଦ୍ୟୁତ୍ ବିଭାଗ ରେ କାର୍ଯ୍ୟରତ ଥିବା କର୍ମଚାରୀ ଙ୍କ ଜୀବନ ଚାଲିଗଲା l ଖବର ଫୁଲବାଣୀ ଟାଉନ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତି ଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟଚିକିତ୍ସାଳୟ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ l କିନ୍ତୁ ବିଦ୍ୟୁତ୍ ବିଭାଗର କୋଣସି ଉପରସ୍ଥ ଅଧିକାରୀ ଙ୍କ ଦେଖା ନ ମିଳିବା ରୁ ମୃତ ପରିବାର ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଥିଲା l ସ୍ଥାନୀୟ ଲୋକେ ପଚାଶ ଲକ୍ଷ୍ ଟଙ୍କା କ୍ଷତି ପୂରଣ ଦାବିରେ ଗାନ୍ଧୀ ଛକ ଠାରେ ରାସ୍ତା ରୋକ୍ କରିଥିଲେ l ତେବେ ପୋଲିସ ବୁଝା ଶୁଝାକରିବା ପରେ ରାସ୍ତା ରୋକ୍ ହଟିଥିଲା l
