ଭଞ୍ଜ କଳା ମଣ୍ଡପ ରେ ପ୍ରଦର୍ଶିତ ହେଲା ନାଟକ ସୂର୍ଯ୍ୟଦୋୟ ପୂର୍ବେ..

Udaya_Labanya | July 7, 2023 | 28 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ର ଏକ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ରାଜଧାନୀ ଭୁବେନଶ୍ୱର ସ୍ଥିତ ଭଞ୍ଜ କଳା ମଣ୍ଡପ ଠାରେ ସାମାଜିକ ନାଟକ ସୂର୍ଯ୍ୟୋଦୟ ପୂର୍ବେ ମଞ୍ଚସ୍ତ ହୋଇଥିଲା l ଏହା ଥିଲା ବନାନୀ କଳା ସଙ୍ଗମ ର ୧ ୯ ତମ ନାଟକ l
ଦୀର୍ଘ ବର୍ଷ ର ବ୍ୟବଧାନ ପରେ ମଞ୍ଚ ନାଟକ ପରିବେଷଣ ପାଇଁ ବନାନୀ କଳା ସଙ୍ଗମ ର କର୍ମକର୍ତା ଙ୍କ ଉଦ୍ୟମ ସଫଳ ହୋଇଛି l ନାଟ୍ୟକାର ଚିନ୍ତାମଣି ଜେନା ଙ୍କ ରଚିତ ନାଟକ ସୂର୍ଯ୍ୟୋଦୟ ପୂର୍ବେ ପ୍ରଥମେ ଜୁନ ୧ ୮ ଓ ୧ ୯ ତାରିଖ ଦୁଇଦିନ ଧରି ଫୁଲବାଣୀ ର ଗାନ୍ଧୀ ସ୍ମୃତି ଭବନ ଠାରେ ପରିବେଷଣ କରାଯାଇଥିଲାl ଯାହାକି ହଜାର ହଜାର ଦର୍ଶକ ଙ୍କ ଦ୍ଵାରା ବେଶ ଆଦୃତ ହେବାପରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମୀ, ଓ ଓଡିଶା ନାଟ୍ୟ ସଙ୍ଘ ର ମିଳିତ ସହଯୋଗ ରେଭୁବେନଶ୍ୱର ସ୍ଥିତ ଭଞ୍ଜ କଳା ମଣ୍ଡପ ରେ ଆୟୋଜିତ ନାଟ୍ୟ ଧାରା କାର୍ଯ୍ୟକ୍ରମ ରେ ପୁନର୍ବାର ଜୁଲାଇ ୧ ରେ ମଞ୍ଚସ୍ତ କରି ସେଠାରେ ମଧ୍ୟ ଦର୍ଶକ ଙ୍କ ଭଲପାଇବା ସାଉଁଟିଥିଲା lସେଠାରେ ଉପସ୍ଥିତ ବରିଷ୍ଠ ନାଟ୍ୟକାର, କଳାକାର, ନିର୍ଦେଶକ, ପ୍ରଯୋଜକ, ଦର୍ଶକ, ନାଟ୍ୟପ୍ରେମୀ ଙ୍କ ଉତ୍ସାହିତ, ପ୍ରଶଂସା, ଆଦର, ଫୁଲବାଣୀ ର ବନାନୀ କଳାକାର, ନିର୍ଦେଶକ, ବ୍ୟବସ୍ଥାପକ, ସଦସ୍ୟ ଙ୍କ ମନୋବଳ କୁ ସୁଦୃଢ଼ କରିଥିଲା lପରିଣତ ବୟସ ରେ ନିଜ ପିତାମାତା ଙ୍କ ପ୍ରତି ଆଜିର ଯୁବ ପିଢିଙ୍କ ଅବହେଳାଓ ଅସଦାଚରଣ ପ୍ରଦର୍ଶନ ଓ ପରବର୍ତୀ ସମୟରେ ପଶ୍ଚ୍ୟlତାପ କରିବା ଉପରେ ଆଧାରିତ ଏହି ନାଟକ ର ବିଷୟ ବସ୍ତୁ କନ୍ଧମାଳ ଠୁ ରାଜଧାନୀ ଯାଏ ସମସ୍ତ ଦର୍ଶକ ଙ୍କ ମନ ଜିଣିବା ସହ କନ୍ଦାଇଦେଇଥିଲା l
ବିଶେଷ କରି ବାପା ଭୂମିକାରେ ଅଭିନୟକରିଥିବା ସୁକାନ୍ତ ବେହେରା ଓ ପୁଅ ଭୂମିକା ରେ ନିଖୁଣ ଅଭିନୟ କରିଥିବା ସୁର ନାୟକ ବିଶ୍ୱସ୍ତ ଚାକର ଭୂମିକା ରେ ଅଭିନୟ କରିଥିବା ଚନ୍ଦନ ନାୟକ ଙ୍କ ଜୀବନ୍ତ ଅଭିନୟ ଦର୍ଶକ ଙ୍କୁ ଶେଷ ଯାଏଁ ବାନ୍ଧି ରଖିଥିଲା l ସେହିପରି ବୁଲୁ ବିଶୋଇ, ଯୁଧିଷ୍ଠିର ମହାନ୍ତି, ବିନୋଦ ସାହୁ, ନବିନ କିଶୋର ପଣ୍ଡା, ସସ୍ମିତା ରାଉତ, ବିଭୁତିପଣ୍ଡା, ଙ୍କ ଅଭିନୟ ମଧ୍ୟ କିଛି କମ ନଥିଲା lସେହିପରି ନାଟକ ର ସୂତ୍ରଧର ଭାବେ ଭିକାରୀଭୂମିକା ରେକମ ସମୟ ପାଇଁ ଆସିଥିବା ଟିକିନାଙ୍କ ନିଖୁଣ ଅଭିନୟ ରେ ଦର୍ଶକ ମୁଗ୍ଧ ହୋଇଥିଲେ l
ବନାନୀ କଳା ସଙ୍ଗମ ର ସମ୍ପାଦକ, ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ ଜେନା ଙ୍କ ବଳିଷ୍ଠ ନିର୍ଦେଶନା ଓ ଆଇନଜୀବୀ ବିଜୟ ପଟନାୟକ ସହକାରୀ ନିର୍ଦେଶକ ଭାବେ ସହଯୋଗ ରୁ ନାଟକ ସଫଳତା ଅର୍ଜନ କରିଥିଲା l ଏଥିସହ ବନାନୀ କଳା ସଙ୍ଗମ ର ସଂଯୋଜକ ତଥା ନାଟକ ର ବ୍ୟବସ୍ଥାପକ, ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ଓ ମଞ୍ଚ ପରିଚାଳନା ଦାଇତ୍ୱ ରେ ଥିବା ସମାଜ ସେବୀ, ନାଟ୍ୟପ୍ରେମୀ ଅଶୋକ ପରିଡା ସୁନ୍ଦର ଭାବେ ପରିଚାଳନା ଓ ସଦସ୍ୟ ଜୟ ସେନ ପରିଡା, ପ୍ରସନ୍ନପଣ୍ଡା ସଭାପତି ରବୀନ୍ଦ୍ର ନାଥ ମିଶ୍ର ଙ୍କ ସହଯୋଗ ଦ୍ଵାରା ନାଟକ ସଫଳ ହୋଇଥିଲା l ଏହି ନାଟକ ମଞ୍ଚସ୍ତ ସମୟରେ ବହୁ ନାମୀ ଦାମୀ ନାଟ୍ୟକାର, କଳାକାର, ନିର୍ଦେଶକ,.. ନାଟ୍ୟ ପ୍ରେମୀ, ଲେଖକ ଉପସ୍ଥିତ ରହି ବିଭି ନ୍ନଦୃଷ୍ଟିକୋଣ ରୁ ବିଚାର କରି ଖୁସି ବ୍ୟକ୍ତ କରିଥିଲେ l
ନାଟ୍ୟ କାର, ନିର୍ଦେଶକ ଓଡିଶା ନାଟ୍ୟ ସଙ୍ଘ ସଭାପତି ହରେ ନ ସାହୁ, ସମ୍ପାଦକ ଶୁଭାକାନ୍ତ ପାଢ଼ୀ, ପ୍ରଦୀପ ବିଶ୍ୱାଳ, ନାଟ୍ୟକାର ସ୍ବର୍ଗତ ଚିନ୍ତାମଣି ଜେନା ଙ୍କ ଝିଅ ଡ଼ଃ. ନିବେଦିତା ଜେନା, ପ୍ରକାଶ ମହାରଣା, ସ୍ୱାଧୀନ ମିଶ୍ର, ସତ୍ୟ ଜେନା, ଵୁଲନ ଭାଇ, ସୁଧୀର ମିଶ୍ର, ମନୋଜ ଦଣ୍ଡପାଟ, ରାଜୁ ପାଢ଼ୀ, ବିଜୟ ପାଣିଗ୍ରାହୀ, ମନୋଜ ପଟନାୟକ, ଡ଼ଃ, ସଞ୍ଜୟ ହାତୀ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ଶ୍ୱତପଦ୍ମl, ପ୍ରୟାସ, ଚେତନା, ପଞ୍ଚମବେଦ କଳlର ପୂଜାରୀ ଆଦି ଅନେକ ନାଟ୍ୟ ସଂଗଠନ ଅନୁକୂଳ ମତ ରଖିଥିଲେ l
ବନାନୀ କଳା ସଙ୍ଗମ ର ଏହି ଅପୂର୍ବ ସଫଳତା ପାଇଁ ବିଭିନ୍ନମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି l
ଆଗାମୀ ଦୁର୍ଗାପୂଜା ବେଳେ ଆଉଏକ ନାଟକ ବନାନୀ ପକ୍ଷରୁ ସଂସ୍କୃତି ବିଭାଗ ସହଯୋଗ ରେ ରାଜଧାନୀ ର ରବୀନ୍ଦ୍ରକଳା ମଣ୍ଡପରେ ପ୍ରଦର୍ଶିତ ହେବ ବୋଲି ବ୍ୟବସ୍ଥାପକ ସୁନୀଲ ପଟନାୟକ କହିଛନ୍ତି l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories