ମାଁ ର ସବ ଛୁଇଁଲେନି ପୁଅ, ସବ ସତ୍କାର କଲା ଟିମ୍ ହ୍ୟୁମାନିଟି କନ୍ଧମାଳ

Udaya_Labanya | July 7, 2023 | 22 views |0 | Breaking News , District


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବହୁତ ଦିନ ହେଲା ଜଣେ ବୃଦ୍ଧା (ସୁମିତ୍ରା ବେହେରା) ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା। ପୋଲିସ ମୃତ ଶରୀରକୁ ଉଦ୍ଧାର କରି ପୋଷ୍ଟ ପୋର୍ଟମ କରି ଆଜି ମୃତ ବୃଦ୍ଧାଙ୍କ ସବକୁ ଦୁଇ ପୁଅଙ୍କୁ ହସ୍ତାନ୍ତର କରିଥିଲେ ।ଦୁଇ ପୁଅ ମଧ୍ୟରେ ଜଣେ ଜିରିଙ୍ଗ ପଡ଼ା ଓ ଅନ୍ୟ ଜଣେ ଜାମୁଝୋରୀ ରେ ରୁହନ୍ତି। ତେବେ ସେମାନେ କିନ୍ତୁ ମୃତ ମାଁ ଙ୍କ ସବକୁ ଉଭୟ ପୁଅ ସତ୍କାର କରିବା ନିମନ୍ତେ ଅନିଚ୍ଛା ପ୍ରକାଶ କରି ଟିମ୍ ହ୍ୟୁମାନିଟି କନ୍ଧମାଳ କୁ ଲିଖିତ ଭାବେ ସହଯୋଗ ଲୋଡିଥିଲେ। ଟିମ୍ ସଦସ୍ୟ ସଦସ୍ୟା ଭି. ଲୋକନାଥ ରାଜୁ,ଭି. ଜଗନ୍ନାଥ ରାଜୁ,ରାଜୀବ ନେତ୍ର ପଟ୍ଟନାୟକ,ଅନୁପ ବିକ୍ରମ ପାତ୍ର,ସନ୍ତୋଷ କୁମାର ବାରିକ,ଏସ କେ ଅବଦୁଲ ସାକୀର, ଅକ୍ଷୟ କୁମାର ମହାପାତ୍ର ଏବଂ ରେଶମା ବେହେରା ପ୍ରମୁଖ ମିଳିତ ଭାବେ ଦାଇତ୍ୱ ନେଇ ମୃତ ବୃଦ୍ଧା ଙ୍କ ସବ ସତ୍କାର କରିବା ପାଇଁ ଆଗେଇ ଆସିଲେ। ଟିମ୍ ଦ୍ବାରା ସ୍ଥାନୀୟ ସ୍ମଶାନ ରେ ହିନ୍ଦୁ ରୀତିରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରି ଫେରିଛନ୍ତି। ଟିମ୍ ଦ୍ବାରା ନିଆ ଯାଇଥିବା ଏଭଳି ଧର୍ମ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଛନ୍ତି।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories