ବାଲିଗୁଡା ବନ ବିଭାଗ ପକ୍ଷରୁ
ଭଗାମୁଣ୍ଡା ଠାରେ ବନ ମହୋତ୍ସବ
ବନ ମହୋତ୍ସବ

Udaya_Labanya | July 9, 2023 | 11 views |0 | Breaking News , District


ଫୁଲବାଣୀ( ଉଲ୍ଲାପ୍ର )

କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧିନସ୍ଥ ବାଲିଗୁଡା ବନ ବିଭାଗ ରେଞ୍ଜ ପକ୍ଷରୁ ଭଗାମୁଣ୍ଡା ଠାରେ ଚୌସ୍ତୋରି ତମ ବନମହୋତ୍ସବ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେବାଲିଗୁଡା ବିଧାୟକ ଚକ୍ରମଣି କହଁର ଯୋଗଦେଇ ଥିବା ବେଳେବାଲିଗୁଡା ବନ ଖଣ୍ଡ ଅଧିକାରୀ ବିସ୍ବରାଜ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ସାଂସଦ ପ୍ରତିନିଧି ତଥା ବିଜେଡି ନେତା ଟୁନା ଦାସ, ଏସ ଡିପିଓ ୟସ ପ୍ରତାପ ଶ୍ରିମଲ, ବ୍ଲକ ଅଧ୍ୟକ୍ଷା ନିଶା ବତୀ ମଲିକ,ବରିଷ୍ଠ ଆଇନଜୀବୀ, ସମାଜସେବୀ ପରିବେଶବିତ କୌଶିକ ସାହୁ, ଉପଖଣ୍ଡ ସୂଚନା ଅଧିକାରୀ ପ୍ରହ୍ଲାଦ ଖୋସଲା, ବନବାସୀ ସେବାସମିତି ସହ ସମ୍ପାଦକ ରବୀନ୍ଦ୍ର କୁମlର ପଣ୍ଡାସିଆରପି ଏଫ ଇନ୍ସପେକ୍ଟର ମାନସ ସୁନ୍ଦରରାୟ ଙ୍କ ସମେତ ବହୁଅଧିକାରୀ ଯୋଗ ଦେଇ ଜଙ୍ଗଲ ସୁରକ୍ଷା କରିବା ସହ ଅଧିକ ରୂ ଅଧିକ ବୃକ୍ଷରୋପଣ କରିବାଲାଗି ସମସ୍ତଙ୍କୁ ଙ୍କୁ ପରାମର୍ଶ ଦେଇଥିଲେ lସେହିପରି
ଜଙ୍ଗଲ ରେ ନିଆଁ ନଲଗାଇବା ବନ୍ୟ ଜନ୍ତୁ ର ସୁରକ୍ଷା କରିବାନେଇ ସଚେତନ କରିଥିଲେ lଆଉ ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ କିଛିକିଛି ଗଛ ଲଗାଇଵା ସହ ତାକୁ ବଞ୍ଚାଇରଖିଲେ ଭବିଷ୍ୟ ପିଢ଼ି ପରିବେଶ ପ୍ରଦୂଷଣ ରୂ ରକ୍ଷା ପାଇବେ ବୋଲି ଡ଼ିଏଫଓ ପଣ୍ଡା କହିଥିଲେ
l ଅଧିକ ରୁ ଅଧିକ ଜଙ୍ଗଲ ସୃଷ୍ଟି କରିବା ଆମର ପ୍ରୟାସ ବୋଲି ଡ଼ିଏଫ ଓ ପଣ୍ଡା କହିଛନ୍ତି l
ଏହି କାର୍ଯ୍ୟକ୍ରମ ରେ ବହୁ ପଦସ୍ତ ଅଧିକାରୀ, ଛାତ୍ର, ଛାତ୍ରୀ, ଅବିଭାବକ, ବନ ବିଭାଗ ଓ ପୋଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ lଏହି ଅବସର ରେ ଚାରି ହେକ୍ଟର ଜମିରେ ପାଞ୍ଚ ହଜାର ବୃକ୍ଷ ଚାରା ରୋପଣ କରାଯାଇଥିଲା l ବନ ବିଭାଗ ଡ଼ିଏଫଓ ବିଶ୍ୱ ରାଜ ପଣ୍ଡା ଙ୍କଆନ୍ତରିକତା, ନିଷ୍ଠାପର ଉଦ୍ୟମ, କାର୍ଯ୍ୟ ଦକ୍ଷତା, ସଠିକ ଦକ୍ଷତା ଯୋଗୁଁ ଜଙ୍ଗଲ ବୃଦ୍ଧି ପାଇଥିବା କୁହାଯାଇଛି l

ଏହି ଅବସରରେ ସଚେତନତା ସମ୍ପର୍କିତ ସାଂସ୍କୃତିକ କାର୍ଯ୍ୟ କ୍ରମ ପରିବେଷଣ କରାଯାଇଥିଲା l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 9 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories