
ଆଠଗଡ ମେଡିକାଲ ରେ ଶୁଭ ଦିଆଗଲା ଆମ ହସ୍ପିଟାଲ ର, ଖର୍ଚ୍ଚ ହେବ ୩ କୋଟି ତେଇଶି ଲକ୍ଷ ଟଙ୍କା, କାର୍ଯ୍ୟ ସରିବ ଛ ମାସରେ
Udaya_Labanya | July 28, 2023 | 52 views |0 | Breaking News , District , Headlines
ଆଠଗଡ ( ଉଲ୍ଲାପ୍ର )5 t ଅଧୀନରେ ଯାଉଥିବା ଆମ ହସ୍ପିଟାଲ ର ରୂପାନ୍ତରିତ କାର୍ଯ୍ୟକ୍ରମ କୁ ଆଜି ମଧ୍ୟାନ ରେ ଶୁଭ ପ୍ରଦାନ କରିଛନ୍ତି ରାଜ୍ୟ କୃଷିମନ୍ତ୍ରୀ ତଥା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,କଟକ ଜିଲ୍ଲାର ଏହି ସର୍ବବୃହତ ସବ ଡିଭିଜନ ଉପରେ ନିର୍ଭର କରୁଛନ୍ତି ଛ ଲକ୍ଷ୍ୟ ଅଧିବାସୀଙ୍କ ସହିତ ଢେଙ୍କାନାଳ ଜିଲ୍ଲା ଓ ବାଙ୍କୀ ଉପଖଣ୍ଡର ହଜାର ହଜାର ରୋଗୀ, ଆଠଗଡ ମେଡିକାଲ ରେ ଥିବା ସମସ୍ତ ପୁରାତନ ଘର ଗୁଡିକର ରୂପାନ୍ତରିତ ହେବା ସହିତ ମେଡିକାଲ ଭିତରେ ସ୍ୱ ଉଚ୍ଚ ଲାଇଟ ଲଗାଯିବ ଏବଂ ମେଡିକାଲ ର ଅଭ୍ୟନ୍ତରୀଣ କାର୍ଯ୍ୟ ମଧ୍ୟ ଅନୁଷ୍ଠିତ ହେବ, ଏହି କାର୍ଯ୍ୟକ୍ରମ କରିବାପାଇଁ 5 t ତରଫରୁ ଆମ ହସ୍ପିଟାଲ କାର୍ଯ୍ୟକ୍ରମ ରେ ୩ କୋଟି ତେଇଶି ଲକ୍ଷ 69 ହଜାର ଟଙ୍କା ସାଂକ୍ସନ କରାଯାଇଛି, ଏହି କାର୍ଯ୍ୟ ପାଞ୍ଚ ମାସ ମଧ୍ୟରେ ସରିବ ବୋଲି ଧାର୍ଯ୍ୟ କରାଯାଇଛି, କାର୍ଯ୍ୟ ନେଇଥିବା ଠିକାଦାର ପ୍ରଦୀପ କିଶୋର ସ୍ୱାଇଁ ଧାର୍ଯ୍ୟ ସମୟ ମଧ୍ୟରେ ଆମ ହସ୍ପିଟାଲ କାର୍ଯ୍ୟକ୍ରମ ସରିବ ବୋଲି ପ୍ରତିଶୃତି ଦେଇଛନ୍ତି, ଏହି କାର୍ଯ୍ୟକ୍ରମ ରେ ଆଠଗଡ ଏନ ଏ ସି ନଗରପାଳ ସସ୍ମିତା ରାଉତ, ଆଠଗଡ ଏସଡିଏମଓ ବିଜୟ ମିଶ୍ର, ଚାରବାଟିଆ ପୂର୍ତ୍ତବିଭାଗ କାର୍ଯ୍ୟନିର୍ବାହୀ ଅଜିତ କୁମାର ରାୟ,ଆଠଗଡ ଏସଡିଓ ଦିନେଶ କୁମାର ସାହୁ ଏବଂ ଜେଇ ପ୍ରଭାତ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ,