ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ, ପାରିପାଶ୍ୱିକ ଉନତି ଠପ, କମ୍ପାନୀ ଭିତରେ ଶହ ଶହ ବନ୍ୟଜନ୍ତୁ, ବିଲରେ ପଡୁଛି କଳା ଧୂଆଁ

Udaya_Labanya | July 28, 2023 | 29 views |0 | Breaking News , District , Exclusive , Special Story

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା, ଲୋକଙ୍କ ବିଲ ଭିତର ଦେଇ କମ୍ପାନୀର ପାଇପ ଗଲା, ସରକାର mou ବେଳେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଦେବବୋଲି ପ୍ରତିଶୃତି ଦେଇଥିଲା  ହେଲେ ଏବେ ସେ ପ୍ରତିଶୃତି ପାଣିର ଗାର ପାଲଟିଛି, ଆମ ଜଙ୍ଗଲ ନେଲା,ଆମ ପାଣି ନେଲା ଆଉ ଲୋକଙ୍କୁ ଅଗ୍ରାଧିକାର ଦେଲାନାହିଁ, ଯାହା ଫଳରେ ଯୋଉ ଜଙ୍ଗଲ ରେ ହାତୀ ରହିବା କଥା ସେହି ଜଙ୍ଗଲରେ ଗଢି ଉଠିଲା ଆରତୀ ଷ୍ଟିଲ ପ୍ଲାଣ୍ଟ, ଘଣ୍ଟିଖାଲ ନିକଟବର୍ତ୍ତୀ କଖଡି ପଞ୍ଚାୟତ ର ମହାନଦୀ ରେ କମ୍ପାନୀ ଇଣ୍ଟେକ ୱେଲ ଖୋଳି  ପାଣିନେଲା, ପଞ୍ଚାୟତ ର ସମସ୍ୟା ଦୂରହେଲା ନାହିଁ କିମ୍ବା ସ୍ଥାନୀୟ ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ମିଳିଲା ନାହିଁ, ଦ୍ୱିତୀୟରେ କମ୍ପାନୀ ପ୍ରତିଷ୍ଠା ହେବାପରେ

କମ୍ପାନୀ ଛାଡିଲା କଳା ଧୂଆଁ  ଏବଂ ଚାଷୀ ଙ୍କ ବିଲରେ ପଡିଲା କଳା ଧୂଆଁ ଆସ୍ତରଣ ଏବଂ ଚାଷୀ ଫସଲରୁ ବଞ୍ଚିତ ହେଲା, କମ୍ପାନୀର କଳାଧୂଆଁ ନଦୀ ଓ ପୋଖରୀରେ ମିଶିଲା ଏବଂ ମସ୍ଥ୍ୟ ଚାଷୀ କ୍ଷତି ସହିଲେ, ଚତୁର୍ଥରେ ପାରିପାର୍ଶକ ଉନତି କରିବାକଥା ଆରତୀ ଷ୍ଟିଲ ପ୍ଲାଣ୍ଟ ହେଲେ ତାକୁ ମଧ୍ୟ ଭୁଲିଗଲା କମ୍ପାନୀ, ପଞ୍ଚମରେ ଅନେକ ବନ୍ୟଜନ୍ତୁ ଏବେବି ଆରତୀ ଷ୍ଟିଲ ପ୍ଲାଣ୍ଟ ମଧ୍ୟରେ ଅଛନ୍ତି ସେମାନଙ୍କ ରହଣି ପାଇଁ କୌଣସି ପ୍ରକାର ବ୍ୟବସ୍ଥା କରିନି କମ୍ପାନୀ, ଏମିତିକିଛି ଦାବିନେଇ ଗତ ଗୁରୁବାର ଦିନ କଖଡି ଠାରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ତରଫରୁ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଥିଲା ଯୋଉଥିରେ ସରପଞ୍ଚ କଳ୍ପନା  ଛତାର, ସମିତିସଭ୍ୟ ପ୍ରଦୀପ

କୁମାର ମହାନ୍ତି ଯୋଗଦେଇ ଆରତୀ ଷ୍ଟିଲ ପ୍ଲାଣ୍ଟ ର ମନ ମାନିକୁ ନେଇ ବିଷୋଦ୍ଗାର କରିଥିଲେ, ଆଗାମୀ ଦିନରେ ଯଦି ଆରତୀ ଷ୍ଟିଲ ପ୍ଲାଣ୍ଟ କଖଡି ଗ୍ରାମ ପଞ୍ଚାୟତ ର ଯଦି ଉନତି ନକରେ ତେବେ କମ୍ପାନୀ ଆଗରେ ପଞ୍ଚାୟତ ବାସି ଧାରଣା ଦେବେବୋଲି ଚେତାବନୀ ଦେଇଛନ୍ତି ସରପଞ୍ଚ ଓ ସମିତି ସଭ୍ୟ,

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 9 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories