ଆଠଗଡ ରେ ମିଶନ ଶକ୍ତି ଜରିଆରେ ବଣ୍ଟା ଗଲା କୋଟି କୋଟି ଟଙ୍କା, ମିଶନ ଶକ୍ତି ହେଉଛନ୍ତି ସ୍ୱାବଲମ୍ବୀ

Udaya_Labanya | July 30, 2023 | 102 views |0 | Breaking News , District , ରାଜ୍ୟ ଖବର

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ ତରଫରୁବ୍ୟାଙ୍କ ଋଣ ଓ ସୁଧ ରିହାତି ସଚେତନତା କର୍ମଶାଳା
30/7/23 ଆଠଗଡ ମିନି ଷ୍ଟାଡିୟମ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ଏଥିରେ ଶିଶୁ ବିକାଶ ଅଧିକାରିଣୀ ନିବେଦିତା ରାୟ ଙ୍କ ସଭାପତିତ୍ୱ ରେ ଏକ ସଚେତନ କର୍ମଶାଳାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଲେ ଯେ ଆଠଗଡ଼ ବ୍ଲକରେ 2370 ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହୋଇଥିଲେ ମଧ୍ୟ ସଫଳ ଉଦ୍ଯୋଗୀ ହୋଇପାରିବା ତାହାଲେ ଏହି କର୍ମଶାଳାର ଉଦ୍ଦେଶ୍ୟ ସଫଳ ହୋଇପାରିବ। ମାନ୍ୟବର ମୁଖ୍ୟମନ୍ତୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦୂରଦୃଷ୍ଟି ଯୋଗୁ 70ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଟି ଗଠନ ହୋଇ ମହିଳା ମନେ ଆର୍ଥିକ ଉନ୍ନତି ହେବା ସହିତ ସଫଳ ଉଦ୍ଯୋଗୀ ହୋଇପାରିଛନ୍ତି । ରାଜ୍ୟ ସରକାର ମିଶନ ଶକ୍ତି କୁ ଏକ ସ୍ୱତନ୍ତ୍ର ବିଭାଗ କରିଛନ୍ତି । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କୁ ରାଜ୍ୟ ସରକାର ସମସ୍ତ କାଯ୍ୟରେ ମହିଳାମାନଙ୍କୁ ଗୁରୁତ୍ଵ ଦିଆଯାଉଛି। ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀ କୁ 5ଲକ୍ଷ ଟଙ୍କାର ଋଣ ବିନା ସୁଧ ରେ ଦେଉଛନ୍ତି ଏହି ଋଣ ଆମେ ଯଦି ଉଦ୍ଯୋଗ ଗଠନ କରାଯିବ ତାହାଲେ ଆମେ ଆର୍ଥିକ ଦୃଷ୍ଟିରୁ ସ୍ଵାବଲମ୍ବି ହୋଇପାରିବା।
କୃଷି ବିଭାଗ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀକୁ ରିହାତିରେ କୁକୁଡ଼ା ଚାଷ, ମାଛ ଚାଷ, ଛତୁ ଚାଷ, ଗୋ-ପାଳନ ଚାଷ, ଫୁଲ ଚାଷ, ମହୁଚାଷ, ନର୍ସରୀ, ମସଲା, ବଡି ପାମ୍ପଡ ଆଚାର ଧୂପକାଠି ଫିନାଇଲି କରିବା ତାହାଲେ ସରକାର ଯେଉଁ ବିନା ସୁଧ ରେ ଲୋନ ଦେଉଛନ୍ତି ତେବେ ମହିଳା ମନେ ଆର୍ଥିକ ଦୃଷ୍ଟିରୁ ସ୍ଵାବଲମ୍ବୀ ହୋଇପାରିବେ। ଜୀବିକା ମିଶନ ଗଠନ ହେବାପରେ ପଂଚାୟତ ମାନଙ୍କରେ ଆଞ୍ଚଳିକ ମଞ୍ଚ, ବ୍ଲକ ସ୍ତରରେ ମହାସଂଘ ଗଠନ କରାଯାଇ ସି ଆର ପି, ଏମ ବି କେ, କୃଷି ମିତ୍ର ବ୍ୟାଙ୍କ ମିତ୍ର ଗଠନ କରାଯାଇ ପ୍ରତି ପଂଚାୟତ କୁ 25ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ଏହି ଟଙ୍କାରେ ଗୋଷ୍ଠୀର ମହିଳା ମାନେ ଆଞ୍ଚଳିକ ମଞ୍ଚ ରୁ ଋଣ ନେଇ ବିଭିନ୍ନ ଉଦ୍ଯୋଗ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଆଠଗଡ଼ ବ୍ଲକ ରେ ସ୍ୱ ସ୍ୱୟଂ ସହାୟକ ଗୋଷ୍ଠୀ ବିନିଯୋଗ ପାଣ୍ଠି 5କୋଟି 10ଲକ୍ଷ ପ୍ରଥମ କିସ୍ତି ଓ ଦ୍ୱିତୀୟ କିସ୍ତି ରେ 1କୋଟି 80ଲକ୍ଷ ଟଙ୍କା ସି ଆର ପି, ଏମ ବି କେ, ବ୍ୟାଙ୍କ ମିତ୍ର ସ୍ୱୟଂ ସହାୟକ କାଯ୍ୟକାରି ସଦସ୍ୟା ମାନଙ୍କୁ ଦରମା ବାବଦେ 1କୋଟି 90ଲକ୍ଷ, 33ହଜାର ଦରିଦ୍ର ଦୂରୀକରଣ ପାଣ୍ଠି 246ଆଞ୍ଚଳିକ ମଞ୍ଚ ପାଇଁ 3କୋଟି 93ଲକ୍ଷ, 60ଜୀବନ ଜୀବିକା ପାଣ୍ଠି 50ଲକ୍ଷ ଟଙ୍କା ଆବର୍ତ୍ତନ ପାଣ୍ଠି, 2200ସ୍ୱୟଂ ସହାୟକ ଗୋଷ୍ଠୀକୁ 3କୋଟି 30ଲକ୍ଷ ଟଙ୍କା କୁକୁଡ଼ା ଚାଷ ଓ ଛେଳି ଚାଷ ପାଇଁ 10ଲକ୍ଷ ଟଙ୍କା ମୋଟ 15କୋଟି ଏକ ଲକ୍ଷ ତେୟାନବେ ହଜାର ଟଙ୍କା ଯୋଗାଇ ଦିଆଯାଇଛି। ଯାହା ଫଳରେ ମହିଳା ମନେ ଆଗକୁ ଆସି ସଫଳତା ପାଇ ପାରିଛନ୍ତି ।
ଏହି କର୍ମଶାଳାରେ ଏକ ନମ୍ବର ଜୋନ ଜ଼ିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା, ବ୍ଲକ ପ୍ରକଳ୍ପ ସଂଯୋଜକ ଚିତ୍ତ ରଞ୍ଜନ ବଳିୟାର ସିଂ, ବ୍ଲକ ଜୀବିକା ମିଶନ ସଂଯୋଜକ ପରେଶ ପୁଷ୍ଟି, ସଂଯୁକ୍ତା ମହାନ୍ତି, ବିନୋଦ କୁମାର ପଣ୍ଡା, ମୁକେଶ ବେହେରା 34ଗୋଟି ପଂଚାୟତର ଦକ୍ଷ ନଥିପତ୍ର ଲେଖିକା ପ୍ରମୁଖ ଯୋଗ ଦେଇଥିଲେ ।
ଗ୍ରାମ୍ୟ ସମ୍ବଳ ପନ୍ଥା 266ଜଣ ବ୍ୟାଙ୍କ ମିତ୍ର 15ଜଣ ସ୍ୱୟଂ ସହାୟକ ଗୋଷ୍ଠିର କାଯ୍ୟକାରି ସଦସ୍ୟ 532ଜଣ ଯୋଗj ଦେବା ସହିତଏହି କର୍ମଶାଳା ରେ ପାଞ୍ଚଟି ବ୍ୟାଙ୍କ ତରଫରୁ 35ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଏକ କୋଟି 80ଲକ୍ଷ 50ହଜାର ବ୍ୟାଙ୍କ ଋଣ ଓ ତିନିଗୋଟି ଟ୍ରାକ୍ଟର ମାନ୍ୟବର ମନ୍ତ୍ରୀ ପ୍ରଦାନ କରିବା ସହିତ ନଅ ଗୋଟି ମିଶନ ଶକ୍ତି ଗୃହ, ନୋଡାଲ ସ୍ଵୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଗଲା ଏହି କର୍ମଶଳା ରେ ପାୟ ଏକ ହଜାର ମହିଳା ଯୋଗ ଦେବାସହିତ କର୍ମଶାଳାଟିକୁ ମୁରଲୀ ଧର ବେହେରା ସହଯୋଗ କରିଥିଲେ।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 9 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories