ଶୁଣିଲାନି ପ୍ରଶାସନ,ନିଜ ଗାଁ କୁ କାଠ ପୋଲ ନିର୍ମାଣ କଲେ ଡବିସା

Udaya_Labanya | July 30, 2023 | 15 views |0 | Breaking News , District

ଫୁଲ ବାଣୀ (ସୁନୀଲ ପଟନାୟକ)
ଶୁଣିଲାନି ପ୍ରଶାସନ, ଶେଷରେ ନିଜ ଗାଁ କୁ ନିଜ ଖର୍ଚ୍ଚରେ ଗ୍ରାମବାସୀ ଙ୍କ ସହାୟତା ରେ ଅସ୍ଥାୟୀ କାଠ ପୋଲ ନିର୍ମାଣ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଲେ ବିନ୍ଦୁପଦର୍ ଗାଁ ର ଆଦିବାସୀ ଯୁବକ ଡବିସା ମଲିକ l କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଆଡ଼ିମାହା ଗ୍ରାମ ପଞ୍ଚାୟତ ର ବିନ୍ଦୁପଦର ଗାଁ ନିକଟ ରେ ନାଳ ବହି ଯାଉଥିବା ରୁ ଗ୍ରାମବାସୀ ଦୁର୍ଦଶା ଭୋଗୁଥିଲେ l ବର୍ଷା ଦିନରେ ବିଶେଷକରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଣିବ। ଓ ଜରୁରୀ ସମୟରେ ମେଡିକାଲ ଯିବାକୁ ଅସୁବିଧା ଭୋଗୁଥିଲେ ଗ୍ରାମବାସୀ
। ବିପଦପୂର୍ଣ୍ଣ ଅବସ୍ଥାରେ ନାଳ ପାରି ହେଇ ଯିବାକୁ ପଡୁଥିଲା ।
ଏନେଇ ସ୍ଥାନୀୟ ପ୍ରଶାସନ ବାଲିଗୁଡା ବିଧାୟକ ଚକ୍ରମଣି କହଁର କନ୍ଧମାଳ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ଗ୍ରାମବାସୀ କିନ୍ତୁ ଫଳ ଶୂନ l ମିଳିଥିଲା କେବଳ ପ୍ରତିଶ୍ରୁତି , ସବୁ ପ୍ରତିଶ୍ରୁତି ପାଣିର ଗାର ବୋଲି କହିଛନ୍ତି ଗ୍ରାମବାସୀ ତେବେ ଅନ୍ୟ ଉପାୟ ନପାଇ ନିରାଶ ହୋଇ ଡବିସା ମଲିକ ପ୍ରାୟ ଦଶହଜାର ଟଙ୍କା ଖର୍ଚ୍ଚ କରି ଗାଁ ଲୋକଙ୍କ ସହାୟତା ରେ ଗାଁ ର ସୁବିଧା ପାଇଁ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଛନ୍ତି l ନିଶ୍ଚିତ ଭାବେଏହା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିବ ଏଥିରେ ସନ୍ଦେହ ନାହିଁ।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories