ସମାନ ନାଗରୀ କ ସଂହୀତା ସଂପର୍କରେ ଆଲୋଚନା

Udaya_Labanya | July 30, 2023 | 33 views |0 | Breaking News , District


ଫୁଲବାଣୀ- (ସୁନୀଲ ପଟନାୟକ)
କେନ୍ଦ୍ରସରକାର ଦେଶରେ ସମାନ ନାଗରୀକ ସଂହୀତା ବା ୟୂନିଫର୍ମ ସିଭିଲ କୋଡ଼ ନିୟମ ଲାଗୁ କରିବା କୁ ଇଛା ପ୍ରକାଶ କରି ମତାମତ ଲୋଡୁ ଥିବା ରୁ ଏହାକୁ ନେଇ କନ୍ଧମାଳ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ସ୍ଥାନୀୟ ବନାନୀ କଳା ସଂଗମ ଠାରେ ମିଳିତ ନାଗରୀକ କମିଟି ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ ଅରୁପ କୁମାର ଜେନା ଙ୍କ ସଭାପତିତ୍ଵରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆବାହକ ତଥା ସମାଜସେବୀ ଅଶୋକ ପରୀଡ଼ାସ୍ଵାଗତ ଭାଷଣ ଦେଇଥିଲେ ।
ଏଥିରେ ବରୀଷ୍ଠ ଆଇନଜିବୀ ତଥା ଓକିଲ ସଂଘ ସଭାପତି ଭଗବାନ ମହାନ୍ତି, ସରକାରୀ ମହାବିଦ୍ୟାଳୟର ଅଧ୍ୟାପକ ଦୁଶ୍ମନ୍ତ କୁମାର ମାର୍ଥା ,ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା, ଅବସରପ୍ରାପ୍ତ ସେନା ଅଧିକାରୀ ବିଷ୍ଣୁପ୍ରସାଦ ମିଶ୍ର,କୁଇ ସମାଜସମିତିର ସଂପାଦକ ଅବନୀ କହଁର, ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ବରୀଷ୍ଠ ନାଗରୀକ ନବକିଶୋର ରଥ, ପ୍ରଣବ ମଣ୍ଡଳ, ବରୀଷ୍ଠ ଆଇନଜିବୀ ଭିଭିରାମ ଦାସ, ମହମଦ ଆବାସ, ପଦ୍ମଚରଣ ସାହୁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜିବୀ ପ୍ରମୁଖ ଯୋଗ ଦେଇ ଏହି ଆଇନ ସଂପର୍କରେ କେନ୍ଦ୍ର ସରକାର ଙ୍କ ଲକ୍ଷ୍ୟ ଓ ଆବି ମୁଖ୍ୟ କଣ ସେ ନେଇ ସ୍ପଷ୍ଟ କରିବାକୁ ମତ ପ୍ରକାଶ କରିବା ପରେ ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ମତାମତ ସଂଗ୍ରହ କରି ସମସ୍ତଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଲାଗୁ କରିବା ପାଇଁ ମତ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅମିୟ ଦାସ, ବିରଜା ପ୍ରସାଦନାହାକ, ସାମ୍ବାଦିକ ଅଚ୍ୟୁତ୍ ସେଠି, କ୍ଷତିଶ ମଲିକ ରମେଶ ମହାନ୍ତି। ବିଜୟ ମହାନ୍ତି, ପ୍ରମୁଖ ଯୋଗ ଦେଇଥିଲେ ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories