ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ଆଣିବା ବାଟରେ ଆମୁଲାନ୍ସ ଦୁର୍ଘଟଣା,ଦୁର୍ଘଟଣା ସ୍ଥଳରେ ପ୍ରସବ

Udaya_Labanya | August 1, 2023 | 18 views |0 | Breaking News , District



ଫୁଲବାଣୀ (ସୁନୀଲ ପଟ୍ଟନାୟକ)
ଜଣେ ଆସନ୍ନ ପ୍ରସବା କୁ ଡାକ୍ତରଖାନା ଆଣିବା ବାଟରେ ଆମ୍ବୁଲାନ୍ସ ଦୁର୍ଘଟଣା ଗସ୍ତ ହୋଇଯିବା ଫଳରେ ଆସନ୍ନ ପ୍ରସବା ଦୁର୍ଘଟଣା
ସ୍ଥଳରେ ସନ୍ତାନ ପ୍ରସବ କରିଥିବା ଭଳି ଏକ ଅଭାବନୀୟ ଘଟଣା ସାମନା କୁ ଆସିଛି । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ । ଜଜେଶପଙ୍ଗା ର ସୀତାରାମ ବେହେରା ଙ୍କ ସ୍ତ୍ରୀ ସୁଭଦ୍ରାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ଫିରିଙ୍ଗିଆରୁ ଆମ୍ବୁଲା ନ୍ସ ଆସି ସୁଭଦ୍ରା ଙ୍କୁ ମେଡ଼ିକାଲ ନେବା ବେଳେ ଫିରିଙ୍ଗିଆ ଡାକ୍ତର ଖାନା ଠାରୁ ୨୦ କିମି ପୂର୍ବରୁ ଡିମ୍ବିରିଗୁଡା ଠ ।ରେ ଭାରସାମ୍ୟ ହରାଇ ରାସ୍ତାକଡ ଗଛରେ ପିଟି ହୋଇ ଯାଇଥିଲା। ସେଠାରେ ହି ସୁଭଦ୍ରା କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ।ପରେ ଅନ୍ୟ ଏକ ଆମ୍ବୁଲାନ୍ସ ସହାୟତାରେ ମା ଓ ନବଜାତ ଶିଶୁ ଫିରିଙ୍ଗିଆ ମେଡିକାଲ ଆସିଥିଲେ ।
ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣା ପଡିଛି ।
ଡ୍ରାଇଭର ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଇଛି ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories