ନିମ୍ନମାନର କାର୍ଯ୍ୟ
ବୁଡ଼ାଗୁଡା ସରକାରୀ ସ୍ମାର୍ଟ ହାଇସ୍କୁଲ ର ପାଚେରୀ ଭୁଷୁଡିଲା

Udaya_Labanya | August 1, 2023 | 30 views |0 | Breaking News , District

ଫୁଲବାଣୀ (ସୁନୀଲ ପଟ୍ଟନାୟକ)
ଶିକ୍ଷାର କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆଣିବା ସହିତ ଏହାକୁ ସାର୍ବଜନୀନ କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର ।
ଆଦିବାସୀ ମାନଙ୍କ ବିକାଶ ପାଇଁ  କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିଭଳି କୌଣସି ଆଦିବାସୀ ଛାତ୍ର,ଛାତ୍ରୀମାନେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ସେଥି ପାଈଁ ସ୍ମାର୍ଟ ସ୍କୁଲ ମଧ୍ୟ ନିର୍ମାଣ କରାଯାଉଛି, ହେଲେ ନିମ୍ନମାନର କାର୍ଯ୍ୟ ଯୋଗୁଁ କେଉଁଠି ଛାତରୁ ପାଣି ଗଳୁଛି ତ୍ର ଆଉ କେଉଁଠି ପାଚେରୀ ଏହାପରେ ଭୁଷୁଡି ଗଲାଣି । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ସ୍ଥିତସରକାରୀ ଉଚ୍ଚ ବିଦ୍ୟାଳୟରେ   ।
ପ୍ରଥମ ପଯ୍ୟାୟରେ ବୁଡ଼ାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ସ୍ମାର୍ଟ ସ୍କୁଲ ଭାବେ ଘୋଷଣା ହେବା ସହିତ ପ୍ରଥମ ପର୍ଯାୟରେ ୪୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇଥିଲା ହେଲେ ପାଚେରୀ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ବ୍ଲକ ତରଫରୁ ନୂତନ ପାଚେରୀ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର କରାଯାଇଥିଲା ଆଉ ଗତବର୍ଷନୂତନ ପାଚେରୀ ନିର୍ମାଣ କରାଗଲ। ତେବେ ନିମ୍ନ ମାନର କାମ କରାଯାଇଥିବାରୁ ତାହା ଏବେ ବର୍ଷକ ମଧ୍ୟରେ ସଂପୂର୍ଣ୍ଣ ଭୁଷୁଡି ପଡିଛି। ବର୍ତ୍ତମାନ ଏହି ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୨୫ ଜଣ ଛାତ୍ର ଛାତ୍ରୀ ଅଧୟନ କରୁଛନ୍ତି ।ସୂଚନା ମୁତାବକ ବର୍ତମାନ ଷଷ୍ଠ ,ସପ୍ତମ,ଅଷ୍ଟମ, ନବମ ଦଶମ ଶ୍ରେଣୀରେ ଯେଉଁ ଛାତ୍ର ଛାତ୍ରୀ ମାନେ ପାଠ ପଢୁଛନ୍ତି ତାହା ପୁଣି ଷଷ୍ଠ ଶ୍ରେଣୀ କ୍ଳାସ ରୁମ ପାଣି ଗଲୁଚି ଛାତ୍ର ଛାତ୍ରୀ ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ନିର୍ମାଣ ଦାୟୀତ୍ଵ ରେ ଥିବା ବାବୁମାନଙ୍କ ଜ୍ଞାତସାରରେ ଏଭଳି ନିମ୍ନମାନର କାମ ହୋଇଥିବା ନେଇ ସାଧାରଣରେ ଆଲୋଚନା ହେଉଛ।ଆଜି ପର୍ଯ୍ୟନ୍ତ ସଂପୂଣ୍ଣ ଭାବରେ ନିର୍ମାଣ ହୋଇପାରିନି ବିଦ୍ୟାଳୟ ର ପାଚେରୀ ।ଯାହାରି ଫଳରେ ଗାଈ ,ବଳଦ  ଅନ୍ୟ ଜନ୍ତୁ ମଧ୍ୟ ପ୍ରବେଶ କରୁଛନ୍ତି ଖାଲି ସେତିକି ନୁହେଁ  କିଛି ଅସାମଜିକ ବ୍ୟକ୍ତି ମଦ୍ୟ ପାନ କରି ବିଦ୍ୟାଳୟ ଭିତରକୁ ମଧ୍ୟ ପ୍ରବେଶ କରୁଛନ୍ତି ଏଥି ପ୍ରତି ଯାହାର ଯେମିତି ନିଘା ନାହିଁ ।ଯେତିକି ଛାତ୍ର ଛାତ୍ରୀ ହଷ୍ଟେଲ ରେରହୁଛନ୍ତି ଓ ବିଦ୍ୟାଳୟ କୁ ଆସୁଛନ୍ତି ।ସେମାନଙ୍କ ପାଇଁ ପାଣି ର ବ୍ୟବସ୍ଥା ନାହିଁ। ସେହିପରି ବିଜୁଳି ଚାଲିଗଲେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଛାତ୍ର ଛାତ୍ରୀ ।ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ତୁରନ୍ତ ପାଚେରୀ ନିର୍ମାଣ ଓ ବିଜୁଳି ଚାଲିଗଲେ ଜେନେରଟର ସୁବିଧା କରିବା ପାଇଁ ଛାତ୍ର,ଛାତ୍ରୀ ଓ ଅଭିଭାବକ ମାନେ ଦାବି କରିଛନ୍ତି ।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories